ପଞ୍ଚାୟତ ବୈଠକରେ ସମସ୍ତଙ୍କ ପାଇଁ ଥିଲା ଚେୟାର, ହେଲେ ମହିଳା ବସିଲେ ତଳେ ! ଦଳିତ ବୋଲି କ’ଣ ମଣିଷ ନୁହଁ..?

କୁଡଲୋର: ତାମିଲନାଡୁର କୁଡୋଲରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଯିବ । ଭାରତ ଆଜି ମଙ୍ଗଳଗ୍ରହରେ ପହଞ୍ଚିଥିଲେ ମଧ୍ୟ ଦେଶରେ ଏବେ ଜାତିଆଣ ଭେଦଭାବ ଦେଖାଯାଛଛି । ଯାହା କି ଅତ୍ୟନ୍ତ ଦୁଃଖର ବିଷୟ ।

ତେବେ ଆମେ କହୁଛୁ କୁଡୋଲରଠାରେ ଏକ ପଞ୍ଚାୟତ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଯେଉଁମାନେ ଏହି ସଭାରେ ଯୋଗଦେବାକୁ ଆସିଥିଲେ ସେମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଠାରେ ଜଣେ ମହିଳାଙ୍କୁ ଚେୟାର ଦିଆଯାଇନଥିଲା କାରଣ ସେ ଜଣେ ଦଳିତ ପରିବାରର ଥିଲେ । ଏହି ବୈଠକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ପଞ୍ଚାୟତ ସଭାପତିଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି ।

ପଞ୍ଚାୟତ ସଭାପତିଙ୍କ ବୈଠକର ଯେଉଁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ସେଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅନେକ ଚେୟାର୍‌ସେଠାରେ ଖାଲି ଥାଇ ମଧ୍ୟ ମହିଳାଙ୍କୁ ତଳେ ବସିବା ପାଇଁ କୁହାଯାଇଛି । କାରଣ ସେ ଜଣେ ପଛୁଆ ଜାତିର ମହିଳା ।

ଏହି ଭିଡିଓ ଭାଇରାଲ ହେବା ପରେ ସିପିଏମ୍ ପକ୍ଷରୁ ପଞ୍ଚାୟତ ସଭାପତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply