SCB ମେଡିକାଲରେ ଶବକୁ ବି ଛାଡ଼ୁ ନାହାନ୍ତି ଦଲାଲ୍

Dalal Demands Rs 100 For Photo Copy Of Dead Body In SCB Medical

କଟକ: ଶବ ଫଟୋ ପାଇଁ ଶହେ ଟଙ୍କା । କଟକ ଏସସିବି ମେଡିକାଲରେ ଏମିତି ମିଳୁଛି ସେବା । ଶବଗୃହ ଭିତରେ କଟା ଯାଉଛି ରସିଦ । ମୃତକଙ୍କ ସମ୍ପର୍କୀଙ୍କ ଠାରୁ ଟଙ୍କା ଲୁଟୁଛନ୍ତି ଦଲାଲ । ପୋଲିସ ଉପସ୍ଥିତିରେ ଚାଲୁଛି ଏଭଳି କାମ । ଶବର ଗୋଟିଏ ଫଟୋ ଉଠାଇବା ପାଇଁ ସମ୍ପର୍କୀୟଙ୍କ ଠାରୁ ନିଆଯାଉଛି ଶହେ ଟଙ୍କା । ଏସି ରୁମରେ ବସି ଦୀର୍ଘ ବର୍ଷ ହେଲା ଚଳାଇଛନ୍ତି ଠକ ସିଣ୍ଡିକେଟ୍ । ଏସସିବି ମେଡିକାଲର କୋଠରୀରେ ବସି ଅସହାୟ ଲୋକଙ୍କୁ ଲୁଟୁଥିବା ଏହି ବ୍ୟକ୍ତିଙ୍କ ଉପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନଜର କେମିତି ପଡ଼ିନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Dalal Demands Rs 100 For Photo Copy Of Dead Body In SCB Medical

ତେବେ ଶବ ଫଟୋ ପାଇଁ ଟଙ୍କା ଆଦାୟ ବେଳର ଭିଜୁଆଲ୍ ନନ୍ଦିଘୋଷ ଟିଭି ହାତରେ ଲାଗିବା ପରେ ସଫେଇ ଦେଇଛନ୍ତି ଏସିସିବି କର୍ତ୍ତୃପକ୍ଷ । ଏସସିବିରେ କୌଣସି ସେବା ପାଇଁ ଦେୟ ଦେବାକୁ ପଡ଼େ ନାହିଁ । ଯଦି କେହି ଟଙ୍କା ମାଗୁଥାନ୍ତି, ଏହାକୁ ମେଡିକାଲ ପ୍ରଶାସନ ନଜରକୁ ଆଣିବାକୁ ଏସସିବି କର୍ତ୍ତୃପକ୍ଷ କହିଛନ୍ତି । ଏହାସହ ଶବ ଫଟୋ ପାଇଁ ଟଙ୍କା ଆଦାୟ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।