୮ ବର୍ଷର ଶିଶୁ ହେବ ତିବ୍ବତର ତୃତୀୟ ଧର୍ମଗୁରୁ

ନୂଆଦିଲ୍ଲୀ: ୮୭ ବର୍ଷୀୟ ତିବ୍ବତୀୟ ଧାର୍ମିକ ନେତା ଦଲାଇ ଲାମା ଚୀନ୍‌କୁ ବଡ଼ ଝଟକା ଦେଇଛନ୍ତି। ଆମେରିକାରେ ଜନ୍ମ ହୋଇଥିବା ଏକ ୮ ବର୍ଷର ମୋଙ୍ଗୋଲିଆ ଶିଶୁକୁ ତିବ୍ବତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ କରିଛନ୍ତି। ଦଲାଇ ଲାମା ଏହି ଶିଶୁକୁ ଦଶମ ଖାଲଖା ଜେଟସନ୍ ଧମ୍ପା ରିନ୍ପୋଚେଙ୍କ ପୁନର୍ଜନ୍ମ ବୋଲି କହିଥିଲେ।

ମାର୍ଚ୍ଚ ୮ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ନୂଆ ଧାର୍ମିକ ଗୁରୁଙ୍କୁ ଭେଟିବାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ୬ଶହ ମୋଙ୍ଗୋଲିଆ ଯୋଗ ଦେଇଥିଲେ । ଦଲାଇ ଲାମା କହିଛନ୍ତି ଯେ, ଆମ ପୂର୍ବଜ ଚକ୍ରସମ୍ବର କୃଷ୍ଣଚାର୍ଯ୍ୟ ଦେଶ ସହ ଗଭୀର ସମ୍ପର୍କ ଥିଲା । ମୋଙ୍ଗୋଲିଆରେ ଏକ ମଠର ସ୍ଥାପନା କରାଯାଇଥିଲା । ଏଭଳି ପରିସ୍ଥିତିରେ ମୋଙ୍ଗୋଲିଆରେ ତୃତୀୟ ଧାର୍ମିକ ନେତାଙ୍କୁ ଭେଟିବା ଅତ୍ୟନ୍ତ ଶୁଭ ଅଟେ।

ମାଙ୍ଗୋଲିଆ ଗଣମାଧ୍ୟମ ଅନୁଯାୟୀ, ନୂଆ ତିବ୍ବତୀୟ ଧର୍ମଗୁରୁ ମୋଙ୍ଗୋଲିଆର ଏକ ଗଣିତ ପ୍ରଫେସରଙ୍କ ଯାଆଁଳା ଶିଶୁଙ୍କ ମଧ୍ୟରୁ ଜଣେ। ଏହି ପିଲାମାନଙ୍କର ନାମ ହେଉଛି ଆଗୁଡାଇ ଏବଂ ଅଚିଲାଇ । ଶିଶୁଙ୍କ ଜେଜେମା ମୋଙ୍ଗୋଲିଆରେ ସାଂସଦ ମଧ୍ୟ ଥିଲେ। ପିଲାଟି ଧାର୍ମିକ ଗୁରୁ ହେବାର ଖବର ଆସିବା ମାତ୍ରେ ଲୋକମାନେ ମୋଙ୍ଗୋଲିଆରେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି ।