ସଡକପଥରେ ଆସୁଛି ଡାକୋଟା, କୋଲକାତା ବିମାନ ବନ୍ଦରରୁ ବାହାରିଛି ଦୁଇଟି ଲରି

ବାଲେଶ୍ବର: ଓଡ଼ିଶାରେ ପହଞ୍ଚିଲା ଡାକୋଟା । ବାଲେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ଦେଇ ଓଡ଼ିଶାରେ ପ୍ରବେଶ କଲା ବିଜୁବାବୁଙ୍କ ବିମାନ । ଆଜି ଭୁବନେଶ୍ବରରେ ପହଞ୍ଚିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅପାସୋରା ସନ୍ତକ ଡାକୋଟା । କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସୁଛି ଡାକୋଟା । ଡାକୋଟା ବଭିନ୍ନ ଅଂଶକୁ 3ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣୁଛନ୍ତି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର ।

ଏଆରିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ବିମାନ ଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା । ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଉଛି । ଏନେଇ ସମୃକ୍ତ ଜିଲ୍ଲା ପ୍ରଶାସନ ଗୁଡିକ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।