କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଛାତ୍ରୀ

ଟିଟିଲାଗଡ଼: କର୍କଟ ରୋଗୀଙ୍କ ପାଇଁ ନିଜ ଚୁଟି ଦାନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଟିଟିଲାଗଡର ଦକ୍ଷିତା ମହାପାତ୍ର । ଚିକିତ୍ସା ସମୟରେ କର୍କଟ ରୋଗୀଙ୍କ ଚୁଟି ଝଡି ଯାଉଥିବାରୁ ସେମାନେ ଲଜ୍ଜା ଅନୁଭବ କରିଥାନ୍ତି । ଏଭଳି ପରିସ୍ଥିତିରେ କର୍କଟ ରୋଗୀ ମାନେ ଓ୍ବିଗ୍ ଲଗାଇ ଏଭଳି ଲଜ୍ଜା ରକ୍ଷା ପାଇପାରିବେ । ଏଭଳି ମହତ ଉଦେଶ୍ୟ ନେଇ ଏକ ୭ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ନିଜ ଚୁଟି ଦାନ କରିଥିବାରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ଦକ୍ଷିତା ମହାପାତ୍ର ।

ଛୋଟ ବୟସ, ମହତ ଉଦ୍ଦେଶ୍ୟ  । କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କରି ପାଲଟିଲେ ଉଦାହରଣ  । ନିଜ ଉଚ୍ଚ ବିଚାର ପାଇଁ ସବୁଠି ପ୍ରଶଂସିତ ହେଲେ ଟିଟିଲାଗଡର ଦକ୍ଷିତା ମହାପାତ୍ର  । ସରସ୍ବତୀ ଶିଶୁ ମନ୍ଦିରରେ ୭ମ ଶ୍ରେଣୀରେ ପାଠ ପଢନ୍ତି ଦକ୍ଷିତା   । ଗତମାସରେ ସେ କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କରିଛନ୍ତି   । କର୍କଟ ରୋଗୀ କେମୋ ଥେରାପି ନେବା ପରେ ନିଜ ଚୁଟି ହରାଇଥାନ୍ତି  । ଏହି ସମୟରେ ପୀଡିତ କିମ୍ବା ପୀଡିତା କିଭଳି ଲଜ୍ଜା ଅନୁଭବ ନ କରିବେ ସେନେଇ ଦାନ ଚୁଟିର ବ୍ୟବହାର କରାଯାଇଥାଏ  । ଏହି ମହତ ଉଦ୍ଦେଶ୍ୟ ନେଇ ମୁମ୍ବାଇରେ ଥିବେ ମଦଦ ଚେରିଟେବଲ ଟ୍ରଷ୍ଟକୁ ଗତମାସ ୨୭ ତାରିଖରେ ଚୁଟି ଦାନ କରିଛନ୍ତି ଦିକ୍ଷିତା  ।

ଦିକ୍ଷିତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ ଡାକ୍ତର ଦେବବ୍ରତ ସାହୁ  । ଦେବବ୍ରତଙ୍କ ଠାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ ଦକ୍ଷିତା । ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଚୁଟି ୧୨ରୁ ୧୩ ଇଞ୍ଚ ବଢାଇବା ପରେ ଦାନ କରିପାରିବେ ବୋଲି କହିଛନ୍ତି ଡାକ୍ତର  । ନିଜେ ଡାକ୍ତର ମଧ୍ୟ ନିଜ ଚୁଟି କର୍କଟ ରୋଗୀଙ୍କ ପାଇଁ ଦାନ କରିଛନ୍ତି  । ଡାକ୍ତରଙ୍କ ଠାରୁ ଏହା ଜାଣି ଅନେକ ବ୍ୟକ୍ତି ନିଜ ଚୁଟି ଦାନ କରିବାକୁ ପ୍ରସ୍ତୁତ ହେଉଛନ୍ତି  ।