spot_img

Latest Posts

ରାଜ୍ୟ ସରକାରଙ୍କୁ ଦଇତାପତି ନିଯୋଗର ପ୍ରଶ୍ନ: କେମିତି ହେବ ରୀତିନୀତି?

ପୁରୀ: କୋଭିଡ୍‌ କଟକଣା ଭିତରେ କେମିତି ହେବ କାଳିଆର ଯାତ୍ରା । ସ୍ନ।ନଯାତ୍ରା ପରେ ବିନା ଭକ୍ତରେ ଘୋଷଯାତ୍ରାକୁ ନେଇ ପ୍ରଶ୍ନ । ଯାତ୍ରାର ରୂପରେଖ ପ୍ରସ୍ତୁତ କରିବା ସହ ସମାଜିକ ଦୂରତା ଭିତରେ କେମିତି ହେବ ରୀତିନୀତି, ସେନେଇ ସ୍ପଷ୍ଟ କରିବାକୁ ଦାବି କରିଛି ଦଇତାପତି ନିଯୋଗ । ସେପଟେ ସୁରଖୁରୁରେ ସ୍ନ।ନଯାତ୍ରା ଶେଷ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ ।

ବଡ଼ଦେଉଳରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ଠାକୁର। ପହଣ୍ଡି ହେବ, ଟାହିଆ ହଲିବ। ରଥରେ ବସିବେ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ବି କରିବେ। ହେଲେ ଭକ୍ତ ବିନା ଭଗବାନଙ୍କର ଚାଲିବ କି ଯାତ୍ରା ? ୧୪୪ ଧାରାରେ ସ୍ନ।ନଯାତ୍ରା ସଂପନ୍ନ ହେବା ପରେ ଏବେ ଯାତ୍ରାକୁ ନେଇ ଅନେକ ପ୍ରଶ୍ନ। ସାମାଜିକ ଦୂରତାକୁ ରକ୍ଷା କରି ବିଧି ରକ୍ଷା କରିବାକୁ କେବଳ ରଥ।ଯାତ୍ରା ହେବ ନା ସବୁ ହେବ ସ୍ୱାଭାବିକ ଢ଼ଙ୍ଗରେ, କେବଳ ସାମିଲ୍‌ ହେବେନି ଭକ୍ତ। ମହାପ୍ରଭୁଙ୍କ ଅଣସର ନୀତିରେ ସାମିଲ୍‌ ଥିବା ଦଇତାପତି ଏ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ସରକାରଙ୍କୁ।

ସେପଟେ ଶୃଙ୍ଖଳିତ ସ୍ନ।ନଯାତ୍ରା ପାଇଁ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ସେବାୟତଙ୍କୁ ଆଉ ୫ ହଜାର ଟଙ୍କା ସହୟତା ରାଶି ଯ଼ୋଗାଇ ଦିଆଯିବ। ଏହାସହ ୫ହଜାର ମାସ୍କ ପ୍ରସ୍ତୁତ କରି ସେବାୟତଙ୍କୁ ବଣ୍ଟାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ତେବେ ପ୍ରଶାସନିକ ପ୍ରସ୍ତୁତିକୁ ଅନୁଧ୍ୟାନ କଲେ ରଥଯାତ୍ରାର ସୁନିଶ୍ଚିତତାକୁ ଅନୁମାନ କରାଯାଉଛି। କେବଳ ଅପେକ୍ଷା, କରୋନା କଟକଣା ଭିତରେ ଏଥର କେମିତି ହେବ ରଥଯାତ୍ରା

Latest Posts

Don't Miss