ଖୁଚୁରା ଟଙ୍କାରେ କିଣିଲେ ସ୍କୁଟି, ଗାଡ଼ି ଚାବି ଧରିବା ପରେ କାନ୍ଦି ପକାଇଲେ

1 min read

ଗୗେହାଟୀ: ନିଜ ସ୍ୱପ୍ନକୁ ପୂରା କରିବା ଲାଗି ସମସ୍ତେ ଚାହିଁଥାନ୍ତି । ସେହିଭଳି କିଛି ସ୍ୱପ୍ନ ଦେଖିଥିଲେ ଆସାମର ଦମ୍ପତ୍ତି । ଗୗେହାଟୀର ବୋରାଗାଁ ଅଞ୍ଚଳର ବାସିନ୍ଦା ଉପନ ରାୟଙ୍କ ସ୍ୱପ୍ନ ଥିଲା ଦୁଇ ଚକିଆ ଗାଡ଼ି କିଣିବା । ଯେଉଁଥିପାଇଁ ସେ ନିଜ କୁମ୍ପିରେ ଟଙ୍କେ ଦୁଇଟଙ୍କା, ୫ଟଙ୍କା ଓ ୧୦ ଟଙ୍କା କରି ଅର୍ଥ ସଞ୍ଚୟ କରି ରଖୁଥିଲେ।

ଉପନ୍ ନିଜର ସ୍ୱପ୍ନ ପୂରଣ କରିବା ଲାଗି ୨୦୧୪ ମସିହାରୁ ଏଭଳି ସଞ୍ଚୟ କରି ଆସୁଛନ୍ତି । ଆଉ ଏହି ମଙ୍ଗଳବାର ଦିନ ସେ ନିଜ କୁମ୍ପିରୁ ସଂଗ୍ରହ କରିଛନ୍ତି ୧.୫ ଲକ୍ଷ ଟଙ୍କା । ଯାହା ପରେ ନିକଟସ୍ଥ ଶୋରୁମରୁ ଗାଡି ଆଣିବା ପାଇଁ ପତ୍ନୀଙ୍କ ସହ ପହଞ୍ଚିଥିଲେ। ଆଉ ୯୦ ହଜାର ଟଙ୍କା ଦେଇ ନିଜର ସବୁଠୁ ବଡ଼ ସ୍ୱପ୍ନ  ପୂରଣ କରିଥିଲେ। ଗାଡ଼ି ଚାବି ହାତରେ ଧରିବା ପରେ ଖୁବ୍ ଭାବବିହ୍ୱଳ ହୋଇପଡିଥିଲେ ଏହି ଦମ୍ପତ୍ତି । ଏପରିକି ଉପନ୍ କାନ୍ଦି ପକାଇଥିଲେ ।

ଏନେଇ ଶୋରୁମ୍ ଡିଲର ମନିଷ ପୋଦ୍ଦାର କହିଛନ୍ତି ଯେ, ଖୁଚୁରା ଟଙ୍କା ନେଇ ଏହି ଦମ୍ପତ୍ତି ଯେତେବେଳେ ଆମ ପାଖକୁ ଆସିଲେ ଆମେ ଚକିତ ହୋଇପଡୁଥିଲୁ । ଏହା ପରେ ଆମେ ବ୍ୟାଙ୍କ ସହ କଥା ହୋଇ ଏତେ ପରିମାଣର କଏନ୍ ଚେଞ୍ଜ କରିପାରିବୁ କି ନାହିଁ ପଚାରିଥିଲୁ । କିନ୍ତୁ ବ୍ୟାଙ୍କରୁ ନାସ୍ତିବାଚକ ଉତ୍ତର ମିଳିଥିଲା । ତଥାପି ଗ୍ରାହକଙ୍କ ଖୁସି ପାଇଁ ଶୋ-ରୁମ୍ ମାଲିକ ଗାଡ଼ି ଦେବା ପାଇଁ ରାଜି ହୋଇଯାଇଥିଲେ ।

ଯାହା ପରେ ଶୋ-ରୁମର ୪ ଜଣ କର୍ମଚାରୀଙ୍କୁ ପାଖାପାଖି ଦୁଇ ଘଣ୍ଟା ଲାଗିଥିଲା ଟଙ୍କା ଗଣିବା ପାଇଁ ।