ଦିଲ୍ଲୀରୁ ଦୂରଉଛି କୋଭିଡ, ୫ଶହ ତଳେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀରୁ ମୁକୁଳୁଛି ରାଜଧାନୀ ଦିଲ୍ଲୀ । ଧିରେ ଧିରେ କମିବାରେ ଲାଗିଛି ଭୂତାଣୁ ଭୟ । ଦିଲ୍ଲୀରେ ୫୦୦ ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଯାହାକି ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଆଣିଦେଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୫ ଜଣକ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୯୭.୬୭ ପ୍ରତିଶତ ଆରୋଗ୍ୟ ହାର ରହିଥିବାବେଳେ ୧.୭୧ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏପ୍ରିଲ୍ ୧୯ରୁ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢି ଚାଲିଥିଲା । ସେହିଭଳି ମେ ୩ରେ ୪୪୮ ଜଣକ ଜୀବନ ନେଇଥିଲା କରୋନା । ଯାହାକି ସବୁଠୁ ସର୍ବାଧିକ ଅଟେ । ତେବେ ଗତ ସପ୍ତାହେ ଧରି ଦିଲ୍ଲୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି । ଗୋଟେପଟେ କୋଭିଡ ଲହରୀ ଅନ୍ୟପଟେ ଅକ୍ସିଜେନ ଅଭାବରେ ଆଉଟପାଉଟ ହୋଇଯାଉଥିଲେ ଦିଲ୍ଲୀବାସୀ  । କିନ୍ତୁ ଗତ ସପ୍ତାହରେ ଲଗାତର କମିବାରେ ଲାଗୁଥିବା କୋଭିଡ ସଂକ୍ରମଣ ସଂଖ୍ୟା ଦିଲ୍ଲୀବାସୀଙ୍କୁ ଆସ୍ୱସ୍ତି ଆଣିଦେଇଛି  ।

Leave a Reply