ଲଗାତାର ୩ଲକ୍ଷ ପାର କରୁଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଲଗାତାର ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ । ୧୩ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ପିକରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି ଆଇଆଇଟି ମାଡ୍ରାସର ବିଶେଷଜ୍ଞ । କେତେକ ରାଜ୍ୟରେ ଏବେ ସ୍ଥିତି ସୁଧୁରୁଥିବାବେଳେ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ଉପରମୁହାଁ ରହିଛି । କର୍ଣ୍ଣାଟକରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ୫୦ହଜାର ଉପରେ ରହିଛି ।

୨୪ଘଣ୍ଚାରେ କର୍ଣ୍ଣାଟକରେ ୫୦ହଜାର ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ ୨୨ ଦଶମିକ ୭୭କୁ ବୃଦ୍ଧି ପାଇଛି । ଦିଲ୍ଲୀ, କେରଳ, ତାମିଲନାଡୁ ଆଦି ରାଜ୍ୟରେ କରୋନା କେସ୍ ଅତି ଭୟଙ୍କର ଭାବେ ବଢୁଥିବାରୁ ସଂକ୍ରମଣ କଣ୍ଟ୍ରୋଲ କରିବାକୁ କଟକଣା କଡ଼ାକଡ଼ି କରାଯାଇଛି ।

ସେପଟେ ମୁମ୍ବାଇରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଜାନୁଆରୀ ୭ ଅପେକ୍ଷା ଏବେ ସଂକ୍ରମଣ ୮୩ ପ୍ରତିଶତ ହ୍ରାସ ହୋଇଛି । ପଜିଟିଭିଟି ରେଟ୍ ମଧ୍ୟ ୭ପ୍ରତିଶତକୁ ଖସିଛି । ଆଗାମୀ ସପ୍ତାହେ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

Leave a Reply