ଆଉନାହାନ୍ତି ଦାଦାସାହେବ ଫାଲକେ ପୁରସ୍କାର ବିଜେତା କେ. ବିଶ୍ବନାଥ

ନୂଆଦିଲ୍ଲୀ: ଆଉନାହାନ୍ତି ଦାଦାସାହେବ ଫାଲକେ ପୁରସ୍କାର ବିଜେତା କେ. ବିଶ୍ବନାଥ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଖ୍ୟାତନାମା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ । ବିଶ୍ବନାଥଙ୍କ ମୃତ୍ୟୁକୁ ନେଇ ତେଲୁଗୁ, ତାମିଲ, ହିନ୍ଦୀ ଫିଲ୍ମ ଜଗତରେ ଶୋକର ଛାୟା ଖୋଳିଯାଇଛି । ସପ୍ତପଦୀ, କାମଚୋର, ସଂଯୋଗ, ଜାଗ ଉଠ ଇନସାନ ଆଦି ଫିଲ୍ମରେ ସେ ଦେଇଥିଲେ ନିର୍ଦ୍ଦେଶନା ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କେ. ବିଶ୍ୱନାଥଙ୍କୁ ସମ୍ମାନିତ କରାଯାଇଥିଲା । ସେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ସମେତ ୧୦ଟି ଫିଲ୍ମଫେୟାର ପୁରସ୍କାର ହାସଲ କରିଥିଲେ । ୧୯୬୫ ଦଶକରୁ ସେ ୫୦ରୁ ଅଧିକ ସିନେମା ନିର୍ମାଣ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଆତ୍ମା ଗୌରବମ ଶ୍ରେଷ୍ଠ ଫିଚର ଫିଲ୍ମ ଆଓ୍ବାର୍ଡ ଲାଭ କରିଥିଲା ।