ରାୟଗଡା ସହରରେ ପୁଣି ଲଜ୍ଜା । ଜଣେ ଦାଦନ ଫେରନ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗତକାଲି କୋରାପୁଟ ଜିଲ୍ଲାର ଦାଦନ ଦମ୍ପତି ନିଜ ଅଞ୍ଚଳକୁ ଫେରିବା ପାଇଁ ରାୟଗଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । କୌଣସି ବସ ନମିଳିବାରୁ ଦୀପକ ନାଏକ ନାମକ ଜଣେ ଯୁବକ ଦାଦନ ଦମ୍ପତିଙ୍କୁ ରାତ୍ରିଯାପନ ପାଇଁ ସହାୟତା ଦେବାକୁ କହିଥିଲା । ପ୍ରଥମେ ସ୍ବାମୀକୁ ରାୟଗଡା ସହରର ଏକ କଲୋନୀରେ ଥିବା ଏକ ଘରକୁ ନେଇଥିଲା । ପରେ ଉକ୍ତ ମହିଳାଙ୍କୁ ବାଇକ୍ ଯୋଗେ ସେହି ଅଞ୍ଚଳର ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୀପକ ନାୟକକୁ ଥାନାରେ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରୁ ଅଭିଯୁକ୍ତର ରୁମାଲ ଓ ଟୋପିକୁ ଉଦ୍ଧାର କରିଛି ପୋଲିସ । ଆଜି ପୀଡିତାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରିମାଇନା କରାଯାଇଛି । ଏନେଇ ଟାଉନ୍ ଥାନା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

