ତଡାଖିଆ ନେତାଙ୍କ ଦାଦାଗିରି, ଜାବାବ ଦେଲେ ଟାଙ୍ଗୀ ଚାନ୍ଦପୁରର ଯୁବକ

ଟାଙ୍ଗୀ : ପୁଣି ତଡାଖିଆ ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଆଉ ଦାଦାଗିରି ଛଡେଇ ଦେଲେ ଟାଙ୍ଗୀ ଚାନ୍ଦପୁରର ଯୁବକ ମାନେ । ଘଟଣା କ୍ରମ ଏମିତି ଥିଲା ଯେ, ଜୋର ଜବରଦସ୍ତ  ଶ୍ରୀରାମ ଜୟନ୍ତୀ ଶୋଭାଯାତ୍ରାରୁ ବିଦା କରିଦେଲେ ତଡା ଖିଆ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ । ସାରା ଦେଶରେ ଆଜି ପାଳନ ହେଉଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ଜୟନ୍ତୀ । ଗାଁ ଗାଁ ରେ ଉତ୍ସବ ପାଳୁଛନ୍ତି ଲୋକେ ଏହି ଅବସରରେ ଟାଙ୍ଗୀ ଚାନ୍ଦପୁର କନ୍ଧ ନୟାଗଡ଼ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ ଖୋର୍ଦ୍ଧା ନୟାଗଡ଼ର  ଯୁବକ ମାନେ  ସାମିଲ ହୋଇ ଆସୁଥିଲେ । ଏହି ସମୟରେ ଖବର ପାଇ ଶୋଭାଯାତ୍ରାରେ ସାମିଲ  ହେବା ପାଈଁ ଦଉଡି ଆସିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ଜଗଦ୍ଦେବ ଜୋର ଜବର ଦସ୍ତ  ଶୋଭାଯାତ୍ରାରେ ସାମିଲ ହେବାରୁ ପରିସ୍ଥିତି ଉତେଜନା ଦେଖା ଦେଇଥିଲା । ଶୋଭାଯାତ୍ରା କାରୀ ମାନେ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା ପରିସ୍ତିତି ଏମିତି ହୋଇଥିଲା ଯେ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବା ସହ ପ୍ରଶାନ୍ତ ଜଗଦ୍ଦେବ ଘଟଣା ସ୍ଥଳରୁ ପଳାଇଥିଲେ ।