spot_img

Latest Posts

୫ ଜଣିଆ ଡକାୟତି ଗ୍ୟାଙ୍ଗକୁ ବାନ୍ଧିଲା ବାଲେଶ୍ବର ପୋଲିସ

ବାଲେଶ୍ବର: ୫ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିଲା ବାଲେଶ୍ବର ପୋଲିସ। ୫ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମଧ୍ୟ ଜଣେ ନାବାଳକ ବୋଲି ପୋଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗ୍‌ ବାଲେଶ୍ୱର ପୋଲିସର ନିଦ ହଜାଇ ଦେଇଥିଲା।

କିଛିଦିନ ପୂର୍ବରୁ ଚାନ୍ଦିପୁର ଡିଆରଡିଓ ରାସ୍ତାର ବାଇପାସ୍ ଛକରେ ମାଛ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ କରିବାକୁ ଉଦ୍ୟମ କରି ଏମାନେ ବିଫଳ ହୋଇଥିଲେ । ଡକାୟତଙ୍କୁ ଦେଖି ମାଛ ବ୍ୟବସାୟୀ ଜଣକ ଗଛରେ ନିଜ ଗାଡିକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ସେହିଦିନ ଡକାୟତ ଗ୍ୟାଙ୍ଗ୍‌ ଆଉ ଜଣେ ମାଛ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ । ବାଲେଶ୍ଵର ସହର ଓ ଆଖପାଖ ଅଞ୍ଚଳରେ ୯ଟି ଅପରାଧିକ ମାମଲାରେ ଏହି ଗ୍ୟାଙ୍ଗ୍‌ ସମ୍ପୃକ୍ତ ଅଛି । ଏମାନଙ୍କ ନାଁରେ ବାଲେଶ୍ବର ଟାଉନ, ସହଦେବ ଖୁଣ୍ଟା, ଚାନ୍ଦିପୁର ଓ ସଦର ଥାନାରେ ମାମଲା ଅଛି ରହିଛି।

Latest Posts

Don't Miss