ରିଲିଜ୍ ହେଲା ଦବଙ୍ଗ-୩ର ଟ୍ରେଲର, ଚମକୁଛନ୍ତି ଭାଇଜାନ୍

1 min read

ସବୁ ପ୍ରତୀକ୍ଷାର ଅନ୍ତଘଟାଇ ଅରବାଜ୍ ଖାନ୍ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ଦବଙ୍ଗ-୩ର ଟ୍ରେଲର ରିଲିଜ୍ ହୋଇଛି । ସଲମାନ୍ ଖାନ୍ ଫିଲ୍ମ୍ସର ଏ ହାଇବଜେଟ୍ ମୁଭିରେ ଭାଇଜାନଙ୍କୁ ଦେଖିବାକୁ ପାଇବେ ଦର୍ଶକ । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏ ଫିଲ୍ମରେ ଦବଙ୍ଗ-୨ର ସବୁ କଳାକାର ପୂର୍ବଭଳି ଅଛନ୍ତି । ଏଥିରେ ମୁନ୍ନା ବଦନାମ ହୁଆର ଏକ ଚାର୍ଟ ବଷ୍ଟର ରହିଛି ।

ପୂର୍ବଭଳି ସଲମାନଙ୍କ କିକ୍, ଫାଇଟ୍, କିସ୍, ରୋମାନ୍ସ ସବୁକିଛି ଦେଖିବାକୁ ମିଳିବ । ପୋଲିସ ଅଫିସର ଭୂମିକାରେ ନଜର ଆସିଲେ ସଲମାନ୍ ଖାନ । ତାଙ୍କ ସହିତ ସୋନାକ୍ଷୀଙ୍କର ମଧ୍ୟ କିଛିଟା ମେକ୍ ଓଭର କରାଯାଇଛି । ସଲମାନଙ୍କ ସିଗନେଚର ଡ୍ୟାନ୍ସ ଓ ଟ୍ୟୁନ୍ ଏଥିରେ ଦେଖିବାକୁ ମିଳିଛି । ଡିସେମ୍ବର ୨୦ରେ ରିଲିଜ୍ ହେବ ଏ ଫିଲ୍ମ ।

')}

Leave a Reply