ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ଧରି ଭିଜିଲାନ୍ସ ରେଡ୍, ସମ୍ପର୍କୀୟଙ୍କ ଘରୁ ୨୦ ଲକ୍ଷ ଜବତ
1 min read
ଭୁବନେଶ୍ୱର: ଖୋଲୁଛି ପ୍ରଦୀପଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଲମ୍ବା ତାଲିକା । ଗତକାଲି ଭିଜିଲାନ୍ସ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟ ଏଭଳି ୧୫ଟି ରେଡ୍ କରିଥିଲା । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ଛାନଭିନ୍ କରିଛି ଭିଜିଲାନ୍ସ ଟିମ୍ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଚଢ଼ାଉ ବେଳେ, ପ୍ରଦୀପଙ୍କ ଜଣେ ସହଯୋଗୀଙ୍କ ନିକଟରୁ ମିଳିଛି ୨୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ଓ ଉତ୍ସ କଣ ତାହାର ତଦନ୍ତ କରୁଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କର ଜମିକିଣା କାଗଜପତ୍ର, ଗାଡ଼ି ଓ ସୁନା କିଣା କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ପାସ୍ବୁକ, କ୍ରେଡିଟ ଓ ଡେବିଟ କାର୍ଡ, ଲାପଟପ୍ ଓ ମୋବାଇଲ୍ ଜବତ କରାଯାଇଛି ।
ଚଢ଼ାଉ ବେଳେ ବାସଭବନରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶାଶୂ, ଝିଅ, ଝିଆରୀ, ପୁତୁରା ଉପସ୍ଥିତ ଥିଲେ । ଗତକାଲି ସକାଳ ୭ଟାରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଥିଲା । ଆଜି ସକାଳ ସାଢେ ୬ଟାରେ ସରିଛି ଚଢାଉ । ଏକକାଳୀନ ୧୫ଟି ସ୍ଥାନରେ ୨୦ ଅଫିସରଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲା ।
https://youtu.be/ObCzksmj2kA