ପ୍ରଶାନ୍ତ ନନ୍ଦଙ୍କୁ MIT ବିଶ୍ୱବିଦ୍ୟାଳୟର D.Litt ସମ୍ମାନ

ଭୁବନେଶ୍ୱର: ଅଭିନୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନନୀୟ ଡିଲିଟ ଉପାଧିରେ ସମ୍ମାନିତ ହୋଇଛନ୍ତି ବରିଷ୍ଠ ଅଭିନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ । ପୁନେର ପକ୍ଷରୁ ଗତ ୯ ଜାନୁଆରୀ ରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ୧୯୫୯ରୁ ସ୍କୁଲରୁ ପଢିବା ବେଳେ ଦସ୍ୟୁ ରତ୍ନାକର ଭଳି ଚଳଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ପ୍ରଶାନ୍ତ ଆଜି ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି ।

ଆଗାମୀ ଦିନରେ ମଧ୍ୟ କିଭଳି  ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ଚଳଚ୍ଚିତ୍ର ଆସିପାରିବ ସେ ନେଇ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା କହିଛନ୍ତି । ସେହିପରି ଭଗବତ ଗୀତାକୁ ନେଇ ଏକ ଚଳଚ୍ଚିତ୍ର ତିଆରି କରିବା ନେଇ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ପ୍ରଶାନ୍ତ ନନ୍ଦ  । ବିଶିଷ୍ଟ ମହାକାଶ ବିଜ୍ଞାନୀ ବିଜୟ ଦାସଙ୍କ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ସେ କହିଛନ୍ତି  ।  ବର୍ଷିଆନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ରେ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଓଲିଉଡ ପାଇଁ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ପ୍ରଶାନ୍ତ । ମିହିରି ଦାସ ଓ ତାଙ୍କ ସମ୍ପର୍କ ବେଶ ନିବିଡ ରହିଥିଲା  ।

ସେ କହିଛନ୍ତି, ଯେଉଁ ସମୟରେ ମିହିର ପୁଅ ମୋର ଭୋଳା ଶଙ୍କର ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚୟନ ହେଲେ, ସେହି ସମୟରେ ମୋ ପାଖକୁ ଦୈଡ଼ି ଆସିଥିଲେ  ।  କିପରି ଅଭିନୟ କରିବି, କେମିତି କରିପାରିବି ବୋଲି ପ୍ରଶାନ୍ତ ନନ୍ଦଙ୍କୁ ପଚାରିଥିଲେ ମିହିରି ଦାସ  । ଏମିତି ମହିରି ଦାସଙ୍କ ସହ ବିତାଇଥିବା ଅନେକ ମୂହୂର୍ତ୍ତକୁ ମନେ ପକାଇଛନ୍ତି ପ୍ରଶାନ୍ତ ନନ୍ଦ  ।

Leave a Reply