ତିନି ବର୍ଷରେ ତୃତୀୟ ଥର ପାଇଁ ଗିରଫ ହେଲେ ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ

1 min read

କଟକ: ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ ଗିରଫ । ଦାଦାବଟି ମାଗିବା ଅଭିଯୋଗରେ ସିଏମସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହୋଇଛନ୍ତି । ଆଜି ପୂର୍ବତନ କର୍ପୋରେଟର ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ରଞ୍ଜିତାଙ୍କ ସମେତ ୨ ଜଣ ସହଯୋଗୀ ଗିରଫ ହୋଇଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ଟଙ୍କା ରଞ୍ଜିତା ଦାଦାବଟି ମାଗିବା ନେଇ ମର୍କତ୍ତ ନଗର ଫେଜ୍-୨ ଥାନାରେ ଅଭିଯୋଗ ହୋଇଥିଲା ।

D Brothers Associated Former CMC Corporator Ranjita Biswal Arrested Again

ଏହା ପୂର୍ବରୁ ରଞ୍ଜିତା ବିଶ୍ୱାଳ ୨୦୧୯ ଏପ୍ରିଲ୍ ୧୦ରେ ଗିରଫ ହୋଇଥିଲେ । ଡି’ ବ୍ରଦର୍ସ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ଲିଙ୍କ ଅଭିଯୋଗରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଥିଲା । ତାଙ୍କ ଘରେ ସର୍ଚ୍ଚ ବେଳେ ସ୍ୱତନ୍ତ୍ର ସ୍କ୍ୱାଡ୍ ୨ଟି ବନ୍ଧୁକ ଜବତ କରିଥିଲା । ଡି’ ବ୍ରଦର୍ସଙ୍କ ଜଣେ ସହଯୋଗୀଙ୍କୁ ଜେରା ବେଳେ ସେ ରଞ୍ଜିତାଙ୍କ ନାଁ ନେଇଥିଲେ । ସେହି ଆଧାରରେ ପୋଲିସ ରଞ୍ଜିତାଙ୍କ ଘରେ ରେଡ୍ କରି ୨ଟି ବନ୍ଧୁକ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା ।

ତା’ ପୂର୍ବରୁ ୨୦୧୮ ମାର୍ଚ୍ଚରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଯୋଗାଣ ଅଭିଯୋଗରେ କମିଶନରେଟ୍ ପୋଲିସ ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଥିଲା । ଅଭିଯୋଗ ହୋଇଥିଲା ରଞ୍ଜିତା ଡି’ ବ୍ରଦର୍ସଙ୍କ ସହଯୋଗୀ ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ବେଆଇନ୍ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛନ୍ତି । ପରେ ୨୦୧୮ ଜୁଲାଇରେ ଓଡ଼ିଶା ହାଇକୋର୍ଟ ରଞ୍ଜିତା ବିଶ୍ୱାଳଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ।

Leave a Reply