‘ଆଉ ପବନ ନାହିଁ, ଏବେ କେବଳ ବର୍ଷା ହେବ’
1 min read
ନୂଆଦିଲ୍ଲୀ: ସମୁଦ୍ରରେ ସରିଗଲାଣି ବାତ୍ୟାର ପ୍ରକୋପ । ଏବେ କେବଳ ବର୍ଷା ହେବ । ନନ୍ଦିଘୋଷ ଟିଭିକୁ ସାକ୍ଷାତକାର ଦେଇ ଏପରି ସୂଚନା ଦେଇଛନ୍ତି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏବେ ବାତ୍ୟା ଜୱାଦ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି । କିନ୍ତୁ ଏହା ଗଭୀର ଅବପାତର ରୂପ ନେଇସାରିଲାଣି । ଆସନ୍ତାକାଲି ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ । ପୁରୀରେ ସ୍ଥଳଭାଗ ଛୁଇଁବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ।
ବର୍ତ୍ତମାନ ପୁରୀ ଠାରୁ 470 କିଲୋମିଟର ଓ ଗୋପାଳପୁର ଠାରୁ 310 କିଲୋମିଟର ଦୂରରେ ରହିଛି ଜଓ୍ୱାଦ୍ । ସେହିଭଳି ବିଶାଖାପାଟଣା ଠାରୁ 200 କିଲୋମିଟର ଦୂରରେ ରହିଛି ବାତ୍ୟା ଜୱାଦ । ଗତ 6 ଘଣ୍ଟା ମଧ୍ୟରେ 3କିମି ବେଗରେ ଗତି କରୁଛି ବାତ୍ୟା । ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଚାଲିଯିବ । ପୁରୀରେ ଲ୍ୟାଣ୍ଡଫଲ ହେବାକୁ ଥିବା ପୂର୍ବରୁ ମଧ୍ୟ ଆକଳନ କରିଥିଲେ ଆଇଏମଡ଼ି ଡ଼ିଜି ।