ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର: ଟଳିଲା ବାତ୍ୟା ବିପଦ
1 min read
ନୂଆଦିଲ୍ଲୀ: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ । ଦକ୍ଷିଣ ଓଡ଼ିଶା ଉପକୂଳ – ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଗତି କରିଛି ବାତ୍ୟା ଗୁଲାବ । ଆସନ୍ତା ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ବାତ୍ୟା ଗୁଲାବ । ରାତି ସାଢ଼େ ୮ଟାରେ କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହା ପରେ ଛତିଶଗଡ଼ ମୁହାଁ ହେବ ବାତ୍ୟା ଗୁଲାବ ।
The Cyclonic Storm GULAB crossed north Andhra Pradesh and south Odisha coasts, about 20 km north of Kalingapatnam and lay centred at 20:30 hrs IST of 26th Sep 2021 over north Andhra Pradesh.
— India Meteorological Department (@Indiametdept) September 26, 2021