ଓଡ଼ିଶା ନିକଟରେ ସାମୁଦ୍ରିକ ଝଡ଼ ଲକ୍ଷଣ, ପାଣିପାଗ ବିଭାଗ ଜାରିକଲା ଆଲର୍ଟ
1 min read
ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ର ମାସକ ପରେ ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ପ୍ରତି ରହିଛି ବିପଦ । ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନର ୦.୯ କିମିରୁ ୭.୬ କିଲୋମିଟର ଉପରେ ଦକ୍ଷିଣ ଦିଗକୁ ରହିଛି । ଫଳରେ ଉପକୂଳ ଓଡ଼ିଶା ପାଇଁ ପୁଣି ବାତ୍ୟା ବିପଦ ସୃଷ୍ଟି ହୋଇଛି ।

ଆଗାମୀ ୩ ଦିନ ଭିତରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହା ଉତ୍ତର ପଞ୍ଜାବରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଦେଇ ହରିୟାଣା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ଉତ୍ତର ଉପକୂଳ ଓଡ଼ିଶା ଉପରେ ରହିଛି । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଛି । ଅନ୍ୟପଟେ ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ।

ଉପୂକଳ ଓଡ଼ିଶାର କେତକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ବର୍ଷା ସମ୍ଭାବନା ରହିଛି ।
ମେ ୨୦ରେ ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ରାଜ୍ୟର ୪ ଜିଲ୍ଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ପୁଣି ଆଉ ଏକ ବାତ୍ୟା ଆଶଙ୍କାକୁ ନେଇ ଆତଙ୍କିତ ଉପକୂଳ ଓଡ଼ିଶାବାସୀ । ତେବେ, ବାତ୍ୟା ନେଇ ଆସନ୍ତା ୩ ଦିନ ପରେ ପ୍ରକୃତ ଚିତ୍ର ଜଣାପଡ଼ିବ ।
ଉତ୍ତର ଓଡିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା