ରାଜ୍ୟରେ ବାତ୍ୟା ପରେ ନାହିଁ ବନ୍ୟା ସ୍ଥିତି, ବିପଦ ସଂକେତ ଉପରେ ବୈତରଣୀ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି । ବର୍ତ୍ତମାନ 38.36 ମିଟର ସହ ବିପଦ ସଙ୍କେତ ଉପରେ ରହିଛି । ଆଗକୁ ଏହି ଠାରେ 40.85 ମିଟର ରେ ଜଳ ପ୍ରଭାହିତ ହେବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ସେହିପରି ଜ୍ୟୋତିର୍ମୟ ରଥ କହିଛନ୍ତି, ଆଖୁଆପଦା ଠାରେ ଜଳସ୍ତର ବଢ଼ିବ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସାଳନ୍ଦୀ ରେ ବି ଜଳସ୍ତର କମ ରହିଛି ।  ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି । ଆମେ ତାର ଆକଳନ କରୁଛୁ । କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ।

ୟାସ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ତିନୋଟି ଜିଲ୍ଲା ସମ୍ବନ୍ଧରେ ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ ରଥ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ସମୁଦ୍ର ପାଣି ମାଡିଯିବା ଯୋଗୁଁ ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ତାହାର ଆକଳନ ଚାଲିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିବା ସହ ପରିଦର୍ଶନ କରିବେ ।

Leave a Reply