ପାଖେଇ ଆସୁଛି ବାତ୍ୟା ‘ଦାନା’ ! ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି

1 min read

ଭୁବନେଶ୍ବର : ବଙ୍ଗୋପ ସାଗରରେ ସୃଷ୍ଟି ଗଭୀର ଅବପାତ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ପୂର୍ବରେ ୬୭୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୭୨୦ କିଲୋମିଟର ଓ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୦୦ କିଲୋମିଟର ଦୂରରେ ରହିଛି। ଦୂରରେ ଏହା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଆସନ୍ତା ୧୨ ଘଣ୍ଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ଉତ୍ତର ଓଡ଼ିଶା ଓ ପଶ୍ଚମବଙ୍ଗ ଉପକୂଳ ଦେଇ ଗତି କରିବ। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ଏହା ପୁରୀ ଓ ସାଗର ଦ୍ବୀପ ମଧ୍ଯରେ ଗତି କରିବ। ପବନର  ବେଗ ରହିବ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର। ସର୍ବାଧିକ ବେଗ ହୋଇପାରେ ୧୨୦ କିଲୋମିଟର। କାଲି ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ୭ଟି ଜିଲ୍ଲା କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟାଟି ଲ୍ୟାଣ୍ଡଫଲ ପରେ ରିକର୍ଭ କରି ଦକ୍ଷିଣ ଓଡ଼ିଶା ମୁହାଁ ହେବ ବୋଲି ବିଭିନ୍ନ ମଡେଲ ଆକଳନ କଲେଣି । ଯଦି ଏହା ହୁଏ ତେବେ ଦକ୍ଷିଣ ଓଡ଼ିଶାରେ ବି ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି ।