ପହଞ୍ଚିଲା ବାତ୍ୟା ‘ତଉତେ’, ସ୍ଥଳଭାଗରେ ରଚୁଛି ତାଣ୍ଡବଲୀଳା

1 min read

ଅହମ୍ମଦାବାଦ: ଗୁଜୁରାଟ ତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଲା ବାତ୍ୟା ‘ତଉତେ’ । ସ୍ଥଳଭାଗ ଛୁଇଁଲା ବାତ୍ୟା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବାତ୍ୟାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ତାଣ୍ଡବଲୀଳା ରଚିଛି । ସାଇକ୍ଲୋନ୍ ‘ତଉତେ’ ଲ୍ୟାଣ୍ଡଫଲ ପୂର୍ବରୁ ଅତ୍ୟନ୍ତ ଭୀଷଣ ଘୂର୍ଣ୍ଣିବାତ୍ୟାରେ ରୂପ ନେଇଛି ।

ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଏବଂ ଅତି ବେଶିରେ ୧୮୫ କିମି ବେଗରେ ପବନ ବହିବ । ଲ୍ୟାଣ୍ଡଫଲ ଚାଲିଥିବାବେଳେ ଅଧିକ କ୍ଷତିଗ୍ରସ୍ତ ହେବ ସୌରାଷ୍ଟ୍ରର ଅନେକ ଅଞ୍ଚଳ। ବିଶେଷକରି ପୋରବନ୍ଦର, ଦାମନ- ଡ୍ୟୁ, ଜୁନାଗଡ, ଭାବନଗର, ଅହମ୍ମଦାବାଦରେ ପଡିବ ଅଧିକ ପ୍ରଭାବ।

ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଫଳରେ ଉପକୂଳବର୍ତ୍ତି ଅଞ୍ଚଳର ଖାଲୁଆ ସ୍ଥାନରେ ପାଣି ଜମିବା ସହ ଅନେକ ନଦୀରେ ବନ୍ୟା ଆସିବା ନେଇ ଆକଳ କରିଛି ପାଣିପାଗ ବିଭାଗ । ପ୍ରବଳ ପବନ ସମୟରେ କଚ୍ଚା ଘର ସହ ଇଲେକ୍ଚ୍ରି ଖୁଣ୍ଟ, ଟେଲିଫୋନ୍ ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି । ସେହିଭଳି କ୍ଷତିଗ୍ରସ୍ତ ହୋଇପାରେ ଜାତୀୟ ରାଜପଥ ଓ ରେଲଓ୍ବେ ଲାଇନ୍।

Leave a Reply