ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସି-ତ୍ରଙ୍ଗ
1 min readଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବାତ୍ୟା ସି-ତ୍ରଙ୍ଗ। ମଧ୍ୟରାତ୍ରୀରେ ବାଂଲାଦେଶର ତିନିକୋନା ଓ ସାନ୍ଦିପ ଦ୍ବୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହୁଥିଲା। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଓ ପୂର୍ବ ପ୍ରଗଣା ପ୍ରଭାବିତ ହୋଇଛି ।
ଉଚ୍ଚ ଜୁଆର ମାଡିଆସିବା ସହିତ ନିଉ ଦିଘା, ଦିଘା, ଉପକୂଳରେ ଥିବା ଦୋକାନ ବଜାର ମଧ୍ୟରେ ସମୁଦ୍ର ପାଣି ପଶିଛି। ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ରହିଥିଲା ସି-ତ୍ରଙ୍ଗ। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।
ଆଜି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକର କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । କାଲି ସକାଳକୁ ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।