ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିଝଡ, ମେ’ ଶେଷ ଆଡକୁ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା

ଦୀଘା: ଆସନ୍ତା ମେ ୨୦ରୁ ମେ ୨୫ରେ ବଙ୍ଗୋପସାଗରରେ ଗଭୀର ନିମ୍ନ ଚାପ ସୃଷ୍ଟି କରିପାରେ ରେମାଲ୍ ନାମକ ଘୂର୍ଣ୍ଣିଝଡ । ଯେଉଁଥିପାଇଁ ତତ୍ପର ପଶ୍ଚିମବଙ୍ଗର ଦୀଘା ସମୁଦ୍ର ପ୍ରଶାସନ ।

କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା। ଆସନ୍ତା ଦୁଇ ଦିନ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ  । ଅନ୍ୟପଟେ ପାଣିପାଗ ବିଭାଗ ଆକଳନ ଅନୁସାରେ ମେ ୨୦ ରୁ ୨୫ ମଧ୍ଯରେ ବଙ୍ଗୋପ ସାଗରରେ ଗଭୀର ନିମ୍ନ ଚାପ୍ ସୃଷ୍ଟି କରୁଛି ଘୂର୍ଣ୍ଣିଝଡ  ।  ଏହି ଘୂର୍ଣ୍ଣିଝଡ ନାମ ଦିଆ ଯାଇଛି ରେମାଲ୍ ।

ରେ ମାଲ୍ ଘୂର୍ଣ୍ଣିଝଡ ସୃଷ୍ଟିକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳ ଦୀଘା ସମୁଦ୍ର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି । ଦୀଘା ପ୍ରଶାସନ ଓ ପୋଲିସ  ଦୀଘା ସମୁଦ୍ର, ନିଉ ଦୀଘା ସମୁଦ୍ର, ଶଙ୍କରପୁର, ମୋହନା ସମୁଦ୍ର କୂଳ ଅଞ୍ଚଳକୁ ଖାସ ନଜରରେ ରଖିଛନ୍ତି  । ଦୀଘା ସମୁଦ୍ରରେ ଢେଉ ଓ ଲହଡ଼ି ଉଚ୍ଚତା ବେଶୀ ହେଲେ ପର୍ଯ୍ୟଟକଙ୍କୁ ଦୀଘା ସମୁଦ୍ରରେ ସ୍ନାନ କରିବା ପାଇଁ ମଧ୍ଯ ବନ୍ଦ କରି ପାରନ୍ତି ବୋଲି ଦୀଘା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।

ଘୂର୍ଣ୍ଣିଝଡ ରେମାଲ୍ ଲ୍ୟାଣ୍ଡଫଲ ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ  । କିନ୍ତୁ ବାଂଲାଦେଶ ସୀମାନ୍ତ ହୋଇ ପଶ୍ଚିମବଙ୍ଗରେ ପ୍ରଭାବ ପକାଇପାରେ ଘୁର୍ଣ୍ଣିଝଡ ରେମାଲ୍ । ପଶ୍ଚିମବଙ୍ଗ ସରକାର ରେ ମାଲ୍ ଘୂର୍ଣ୍ଣିଝଡ ଲ୍ୟାଣ୍ଡଫଲ ହେବା ଆଶଙ୍କାକୁ ନେଇ ତତ୍ପରତା ଦେଖାଇବା ଆରମ୍ଭ କରିଛନ୍ତି ।