ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’

ନୂଆଦିଲ୍ଲୀ: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବର୍ତ୍ତମାନ ଏହା ଉତ୍ତର ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ସାଗର ଆଇଲାଣ୍ଡ ଠାରୁ ୨୯୦ କିଲୋମିଟର, ଖେପୁପରା ଠାରୁ ୩୦୦ କିଲୋମିଟର ଦୂରରେ ରହିଛି।

ଆଜି ମଧ୍ୟରାତ୍ରରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବ। ବାତ୍ୟା ପ୍ରଭାବରେ ରାଜ୍ୟର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବ। ଏହାସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମସ୍ତ ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।