spot_img

Latest Posts

ଘନୀଭୂତ ହୋଇଛି ବାତ୍ଯା ‘ରେମାଲ’

ନୂଆଦିଲ୍ଲୀ: ଘନୀଭୂତ ହୋଇଛି ବାତ୍ଯା ରେମାଲ। ଏହା କ୍ରମଶଃ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଉଛି। ଆଜି ମଧ୍ଯରାତ୍ରୀରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ଯରେ କରିବ ଲ୍ଯାଣ୍ଡଫଲ। ଏନେଇ ସୂଚନା ଦେଇଛି ଆଇଏମଡି। ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ସାଗର ଦ୍ବୀପ, ନମାକନା ଓ ବଖାଲିରେ ଆକାଶ ମେଘାଚ୍ଛନ୍ନ ରହିଛି। ଉତ୍ତର ଦିଗ ଅଭିମୁଖେ ରେମାନ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛନ୍ତି।

ବାଂଲାଦେଶର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଖେପୁପରାରେ ଏହା କେନ୍ଦ୍ରୀଭୂତ ହେଉଛି। ଲ୍ଯାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୧୦ରୁ ୧୨୦ କିଲୋମିଟର ରହିବ। କେତେକାଂଶରେ ଏହା ୧୩୫ କିଲୋମିଟର ହେବ ବୋଲି ସୂଚନା ମିଳିଛି। ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ କରାଯାଇଛି। ଭାରତୀୟ ସେନା ଓ ନୌସେନାର ଟିମକୁ ବି ସତର୍କ ରଖାଯାଇଛି। ଚବିଶ ପରଗଣାର ଲୋକଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଆସାମ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଦୀଘା ସମୁଦ୍ରକୂଳରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦୋକାନ ବଜାର ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମୁଦ୍ରରେ ସ୍ନାନ ଲାଗି ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ସାଗରଦ୍ବୀପ, ସୁନ୍ଦରବନ ସହ ଖେପପୁରାରେ ବାତ୍ଯା ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି। ଦୀଘା ନିଉ ଦୀଘା, ମନ୍ଦାରମଣି, ଶଙ୍କରପୁର, ତାଳଚେରି ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକକୁ ଦୀଘା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଦୀଘାରେ ସମୁଦ୍ର ଢେଉ ଉଚ୍ଚତା ବଢ଼ିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି। ବାତ୍ଯା ଆଶଙ୍କା ଥିବାରୁ ଏହାର ପ୍ରଭାବ ବିମାନ ବନ୍ଦର ଓ ଷ୍ଟେସନରେ ପଡିଛି। କେତେକ ବିମାନର ଉଡାଣ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଯାତାୟତକୁ ବାତିଲ କରାଯାଇଛି।

Latest Posts

Don't Miss