ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ମିଧିଲିର ରୂପନେଲା ଗଭୀର ଅବପାତ

1 min read

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ମିଧିଲିର ରୂପନେଲା ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଛି  । ପାରାଦୀପର ଦକ୍ଷିଣରେ ୧୯୦କିମି ଦୂରରେ ରହିଛି ବାତ୍ୟା ମିଧିଲି । ଏହା ଏବେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରୁଛି  । ମଧ୍ୟରାତ୍ରୀ ପରେ ବାଂଲାଦେଶର ମୋଙ୍ଗଳା ଓ ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ  । ଝଟକା ପବନ ଘଣ୍ଟାପ୍ରତି ୮୦ କିଲୋମିଟ ରହିପାରେ  । ତେବେ ଓଡ଼ିଶା ଉପରେ ପଡିବନି ବାତ୍ୟାର ପ୍ରଭାବ । କେବଳ ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ନେଇ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ଏହି ଦୁଇ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । Cyclone Midhili to make landfall along Bangladesh Coast in early hours of  November 18

ବାତ୍ୟା ପ୍ରଭାବରେ ରାଜ୍ୟରେ ପବନର ବେଗ  ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ । ପୁରୀ, ଜଗସିଂହପୁର,କେନ୍ଦ୍ରାପଡା, ଖୋର୍ଦ୍ଧା, କଟକରେ  କାଲି ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହେବାର ସମ୍ଭାବନା ରହିଛି । ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ କାଲି ଯାଏଁ ସମୁଦ୍ର ବାରଣ କରାଯାଇଛି  । ତେବେ ୧୯ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର  ଆକଳନ କରିଛି । ବର୍ଷା ସମୟରେ ଅମଳ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି  ।