ଲ୍ୟାଣ୍ଡଫଲ କରିବନି ବାତ୍ୟା, ସମୁଦ୍ର ମଧ୍ୟରେ ହେବ ଦୁର୍ବଳ

1 min read

ଭୁବନେଶ୍ୱର: ଉପକୂଳ ଛୁଇଁବନି, ଲ୍ୟାଣ୍ଡଫଲ କରିବନି ବାତ୍ୟା । କେବଳ ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ତେବେ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆସନ୍ତାକାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।

ଏହା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳରୁ ଦୂରରେ ରହି ୧୦ ତାରିଖ ସନ୍ଧ୍ୟାରୁ ରିକର୍ଭ କରିବ । ୧୦ ତାରିଖ ସଂଧ୍ୟାରୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ହେବ । ୧୧ ତାରିଖରେ ମଧ୍ୟ ଓଡ଼ିଶାର ଗଂଜାମ, ଗଜପତିରେ ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାଗୁଡ଼ିକରେ ୫୦ରୁ ୬୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।