ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍

ଭୁବନେଶ୍ବର : ଆସୁଛି ବାତ୍ୟା ମାଣ୍ଡୋସ୍ । ଘନୀଭୂତ ହୋଇ ଗଭୀର ଅବାପାତରେ ପରିଣତ ହେଲା ଅବପାତ । ଏହା ବର୍ତ୍ତମାନ ଦକ୍ଷିଣପୂର୍ବ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ । ତାମିଲନାଡୁ, ପୁଡୁଚେରୀ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍ । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।