‘ଜୱାଦ’ ପ୍ରଭାବରେ ଚାଷ ନଷ୍ଟ ଆଶଙ୍କା, ୭ ଦିନ ଭିତରେ ହେବ କ୍ଷୟକ୍ଷତି ଆକଳନ: SRC

1 min read
Cyclone Jawad May Hampered Farming In Coastal District Says SRC

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଏବେ ବାତ୍ୟା ବିଶାଖାପାଟ୍ଟମ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୧୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୨୦ କିଲୋମିଟର, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୩୯୦ କିଲୋମିଟର ଦୂରରେ ରହିଛି । ବାତ୍ୟା ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ରାତି ୯ଟାରୁ ମଧ୍ୟରାତ୍ରୀ ମଧ୍ୟରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ରିକର୍ଭ କରିବ ।

ଏଥିସହ ପଢ଼ନ୍ତୁ: ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’, ଆଜି ଓ କାଲି ଉପକୂଳରେ ଲାଗି ରହିବ ବର୍ଷା

ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ । ବାତ୍ୟାର ତୀବ୍ରତା ହ୍ରାସ ପାଉଛି । ଆସନ୍ତାକାଲି ବାତ୍ୟା ‘ଜୱାଦ’ ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହୋଇଥିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିବ । କ୍ରମଶଃ ତାହା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ବୋଲି କହିଛନ୍ତି ଏସଆରସି ।

 Cyclone Jawad May Hampered Farming In Coastal District Says SRC

ପ୍ରଭାବରେ ଗତକାଲି ଠାରୁ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନସିଟିରେ ମଧ୍ୟ ୨ଶହ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଫସଲ ନଷ୍ଟ ହେବ । ବର୍ଷା ଓ ପବନ ଯୋଗୁଁ ଚାଷ ଅଧିକ କ୍ଷତିଗ୍ରସ୍ତ ହେବ । ଚାଷ ଓ ଫସଲ କ୍ଷୟକ୍ଷତିର ଆକଳନ ୭ ଦିନ ମଧ୍ୟରେ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗଭୀର ଅବପାତ ରବିବାର ପ୍ରଭାବ ଓଡ଼ିଶା ଉପରୁ ହ୍ରାସ ପାଇବ ।

ଏଥିସହ ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତ ରୂପରେ ପୁରୀ ଉପକୂଳ ଛୁଇଁବ ‘ଜୱାଦ’

ପବନ କମୁଥିବାରୁ ବିଶେଷ ସ୍ଥାନାନ୍ତରଣ ଆବଶ୍ୟକତା ନାହିଁ । କେବଳ ବର୍ଷାକୁ ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସମୁଦ୍ର ଜୁଆର ଦେଖି ଜିଲ୍ଲା ସ୍ତରରେ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି । ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ଜିଲ୍ଲାରେ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ପବନ ସମୟରେ ଲୋକମାନେ ଘରୁ ବାହାରନ୍ତୁ ନାହିଁ । କଚ୍ଚା ଘରେ ରହୁଥିଲେ ପକ୍କା ଘରକୁ ଚାଲିଯିବାକୁ ଏସଆରସି ଅପିଲ୍ କରିଛନ୍ତି ।

Leave a Reply