ପ୍ରବଳ ବର୍ଷା ଓ ପବନ ପାଇଁ ହୋଇପାରେ ଭୂସ୍ଖଳନ, ପାହାଡ଼ିଆ ଅଞ୍ଚଳରେ ନିଅନ୍ତୁନି ଆଶ୍ରୟ

1 min read

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ ।

Cyclone Gulab, Landslide Alert To Hill Area Districts

ଗୋପାଳପୁର ବନ୍ଦରରେ D7, ପୁରୀରେ D6, ପାରାଦୀପରେ ଓ ଧାମରାରେ LC3 ବିପଦ ସଂକେତ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଗଞ୍ଜାମରେ ୦.୫ ମିଟରର ଜୁଆର ଆସିବା ଆଶଙ୍କା ରହିଛି । ପ୍ରବଳ ବର୍ଷା ଫଳରେ ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ଆସିପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ପାହାଡ଼ିଆ ଅଞ୍ଚଳରେ ଲୋକ ନ ରହିବା ଉଚିତ୍ । ଅଧିକ ବର୍ଷା ହେବାକୁ ଥିବାରୁ ଭୂ-ସ୍ଖଳନ ହେବ ।

’ଗୁଲାବ’ଲ୍ୟାଣ୍ଡଫଳ ବେଳେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ମୁଖ୍ୟତଃ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପବନର ବେଗ ଅଧିକ ରହିବ । ତା’ଛଡ଼ା ପୁରୀ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ରେ ପବନର ଅଧିକ ରହିବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ତାର ପ୍ରଭାବ ୧୦୦ରୁ ୧୫୦ କିମି ଯାଏଁ ରହିବ ।

Cyclone Gulab, Landslide Alert To Hill Area Districts

ଦ୍ୱିପ୍ରହର ପରେ ପବନର ବେଗ ବଢ଼ିବ । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୬ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ରହିବ । ମଧ୍ୟରାତ୍ରିରେ ବାତ୍ୟା ’ଗୁଲାବ’କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ଭୁବନେଶ୍ୱର ଓ କଟକରେ ବର୍ଷା ଲାଗି ରହିବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବ ।

Leave a Reply