spot_img

Latest Posts

କଳିଙ୍ଗପାଟନମ୍‌ର ସନ୍ଥଗୁଡ଼ାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ହାଇଦ୍ରବାଦ: ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମର ସନ୍ଥଗୁଡ଼ାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଗୁଲାବ । ପଶ୍ଚିମ କଳିଙ୍ଗପାଟ୍ଟନମ୍‌ଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡ଼ା ନିକଟରେ ଲ୍ୟାଣ୍ଡଫଲ୍ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏ ନେଇ ଶ୍ରୀକାକୁଲମ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ସ୍ପଷ୍ଟ କରାଯାଇଥିବା ନେଇ ମଧ୍ୟ ଏସ୍ଆରସି କହିଛନ୍ତି । ସ୍ଥଳଭାଗ ଛୁଇଁବ‌ା ସମୟରେ  ଘଣ୍ଟା ପ୍ରତି ୯୪ କିଲୋମିଟର ବେଗରେ ପବନ ବହିଛି । ବର୍ତ୍ତମାନ ବାତ୍ୟା ଓଡ଼ିଶା ମୁହାଁ ହେଉଛି । ଶ୍ରୀକାକୁଲମଠାରେ ୭୦ କିଲୋମିଟର ବେଗରେ ପବନ ବହୁଥିବାବେଳେ ପଶ୍ଚିମ ଦିଗରେ ଏହା ଗତି କରୁଛି | ଆସନ୍ତା ୬ ଘଣ୍ଟା ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।

ଏସଆରସିଙ୍କ ସୂଚନା ଅନୁଯାୟୀ, ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ଯିବ। ଏବେ  ଶ୍ରୀକାକୁଲମରୁ କୋରାପୁଟ ଯିବ ବାତ୍ୟା।  ଏହାର  ପ୍ରଭାବରେ  ଗଜପତି,  ରାୟଗଡ଼ା ଓ କ‌ୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ବାତ୍ୟା ପ୍ରଭାବରେ ବିଳମ୍ବିତ ରାତିରେ କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷା ପରିମାଣ ବଢିବ ବୋଲି ସେ କହିଛନ୍ତି | ଓଡିଶାକୁ ପ୍ରବେଶ ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ | ପ୍ରବଳ ବର୍ଷା ହେତୁ  ‘ଫ୍ଲାଶ୍ ଫ୍ଳଡ୍’ର ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ, ତେବେ ରାତିରେ ବର୍ଷାର ପରିମାଣ ଉପରେ ନିର୍ଭର କରୁଛି। ଫ୍ଲାଶ୍ ଫ୍ଳଡ୍ ଆଶଙ୍କା ନେଇ ଏଥି ପାଇଁ ଏହି ୩ଜିଲ୍ଳାର ଅଧିକାରୀମାନଙ୍କୁ ସତର୍କ କରାଯାଇଛି।

ଅପରପକ୍ଷରେ ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲାରେ ଘଟିଛି। ଯୁବକ ଜଣକ ମହେନ୍ଦ୍ରତନୟା ନଦୀରେ ଭାସି ଯାଇଥିବା ଜଣାପଡ଼ିଛି।

Latest Posts

Don't Miss