ବାତ୍ୟାର ରୂପ ନେବ ଘୁର୍ଣ୍ଣିବଳୟ, ସତର୍କ କରାଇଲା ଆମେରିକୀୟ ମଡେଲ

1 min read

ଭୁବନେଶ୍ବର: ଅକ୍ଟୋବରରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ ୧ଟାରେ ଲୋକସେବା ଭବନ କନଫରେନ୍ସ ହଲରେ ହୋଇଛି ଆଲୋଚନା । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସେହିପରି SRC, ଅଗ୍ନିଶମ ଡିଜିଙ୍କ ସମେତ ବୈଠକରେ ସାମିଲ ହୋଇଥିଲେ ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରିଛି ଆମେରିକୀୟ ମଡେଲ ଜିଏଫ୍ଏସ । ଆସନ୍ତା ୧୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରେ ଏହା ଅଧିକ ଘନୀଭୂତ ହୋଇ ୨୨କିମ୍ବା ୨୩ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଆମେରିକାର ମଡେଲ ଜିଏଫଏସ ଆକଳନ କରିଥିଲା । ତେବେ ବାତ୍ୟା ନେଇ ପାଗ ଅନୁକୂଳ ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।