ଭୀଷଣ ଭାବରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’

1 min read

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟିହେଲା ଅବପାତ। ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ। ବର୍ତ୍ତମାନ ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ଏହି ଅବପାତ। ସାଗର ଦ୍ଵୀପଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି। ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। କାଲି ସକାଳ ଏହି ଅବପାତ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ। ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା।

ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ବେଗରେ ବହିବ ପବନ। ବଦଳୁଛି ବାତ୍ୟା ଦାନାର ଗତିପଥ। କେନ୍ଦ୍ରାପଡାରେ ଲ୍ୟାଣ୍ଡଫଲ କରିବ ବାତ୍ଯା ଦାନା। ଆନ୍ତର୍ଜାତିକ ମଡେଲର ଆକଳନ ଅନୁସାରେ ଭୟଙ୍କର ହେବ ଏହି ବାତ୍ୟା। ପୁରୀଠାରୁ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଭୀଷଣ ବାତ୍ୟାର ରୂପ ନେଇ କରିବ ଲ୍ୟାଣ୍ଡଫଲ। ଏହାର ପ୍ରଭାବରେ ଆଜି ରାତିରୁ ରାଜ୍ୟରେ ବଦଳିଯିବ ପାଗ। ବର୍ଷା ସହ ବଢିବ ପବନର ବେଗ। ଆସନ୍ତାକାଲି ରାତିରୁ ଭୟଙ୍କର ରୂପ ନେବ ବାତ୍ୟା। ଏଥିପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଭୀଷଣରୁ ଅତି ଭୀଷଣ ବର୍ଷା ସହ ବହିବ ୧୨୦ କିଲୋମିଟର ବେଗରେ ପବନ। ଭାଙ୍ଗିବ ବଡ଼ ବଡ଼ ଗଛ। ଉଡିଯିବ ଚାଳ ଛପର ଘର। ଲ୍ୟାଣ୍ଡଫଲ ସମୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ହେବ ଭୀଷଣ ବର୍ଷା। ବିଶେଷ କରି ୩୦୦ ମିଲିମିଟରରୁ ଅଧିକ ବର୍ଷା ହେବ।ଘୂର୍ଣ୍ଣିଝଡ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବ। ସମୁଦ୍ରରେ ଆସିବ ଉଚ୍ଚ ଜୁଆର। ଏଥିପାଇଁ ଗତକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସହ କମିବ ଦୃଶ୍ୟମାନ କ୍ଷମତା। ଏହାସହ ଭୁସ୍ଖଳନ ହେବା ସହ କଚ୍ଚା ଘର ଓ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି।