ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ ବୁଲବୁଲ୍: ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ କରୁଛି ଗତି

1 min read

ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ ବୁଲବୁଲ୍ । ବର୍ତ୍ତମାନ ଏହା ପାରାଦୀପ ଠାରୁ ୭୭୦ ଏବଂ ଆଣ୍ଡାମାନ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ବୁଲବୁଲ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ । ୩୬ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘୂର୍ଣ୍ଣିଝଡ ପ୍ରଭାବରେ ଓଡିଶା ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ସମେତ ଘଣ୍ଟା ପ୍ରତି ୪୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ । ଅତି ଭୟଙ୍କର ଘୂର୍ଣ୍ଣିଝଡ ରେ ପରିଣତ ହେବା ସମୟରେ ଘଣ୍ଟା ପ୍ରତି ୧୨୫ ରୁ ୧୪୦ କିଲୋମିଟର ବେଗରେ ପବନ ବହିବ ବୋଲି ସତର୍କତା ଜାରି କରାଯାଇଛି । ୭ ତାରିଖ ମଧ୍ୟରାତ୍ରରୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଆସିବ ।

ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ଦର ଗୁଡିକରେ ଦିଆଯାଇଥିବା ୧ ନମ୍ବର ବିପଦ ସଂକେତକୁ ହଟାଇ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଘୂର୍ଣ୍ଣିଝଡ ଉପରେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ନଜର ରଖାଯାଇଛି । ପ୍ରତି ଘଣ୍ଟାରେ ବାତ୍ୟା ସଂପର୍କିତ ବୁଲେଟିନ୍ ଜାରି କରାଯାଉଛି । କିନ୍ତୁ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ')}

Leave a Reply