ଅବପାତର ରୂପ ନେଲା ଲଘୁଚାପ, ମତ୍ସଜୀବୀଙ୍କୁ ସମୁଦ୍ର ମନା, ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ

1 min read

ଭୁବନେଶ୍ୱର: ଓ୍ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ପାରାଦୀପଠାରୁ ଏବେ ଏହା ୯୫୦ କିମି ଦୂରରେ ରହିଛି । ପ୍ରଥମେ ପଶ୍ଚିମ ଉତ୍ତର ଓ ପରେ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୯ ତାରିଖରୁ ବର୍ଷା ହେବାର ଅନୁମାନ କରାଯାଉଛି । ତେବେ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମସ୍ତ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ନଯିବାକୁ ନିର୍ଦ୍ଦଶ ରହିଛି । ଏହି ସମୟରେ ସମୁଦ୍ରରେ ଅଧିକ ପବନ ହେବାକୁ ଥିବାରୁ ଏଭଳି ମତ ଦିଆଯାଇଛି । ଆଇଏମଡି ପକ୍ଷରୁ ସୂଚନା ଅନୁସାରେ ପବନର ବେଗ ୪୦ରୁ ୬୦ କିଲୋମିଟର ମଧ୍ୟରେ ରହିବାର ସମ୍ଭାବନା ଅଛି । ୯, ୧୦ ଓ ୧୧ ତାରିଖ ୩ ଦିନ ଧରି ବର୍ଷା ହେବାର ଆଶଙ୍କା ରହିଛି । ଫନି ଭଳି ବାତ୍ୟାର ଭୟାବହତା ଏତେ ଅଧିକ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବା ପରେ ଏହା ବାତ୍ୟାର ରୂପ ନେଇପାରେ । ତେବେ କେଉଁଠାରେ ସ୍ଥଳଭାଗକୁ ଛୁଇଁବ ସେ ନେଇ ଆଉ ୧୨ ଘଣ୍ଟା ପରେ କହିହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡକୁ ରହିବ ଏହାର ଗତିପଥ ।

')}

Leave a Reply