କାଲି ଅବପାତ, ମଙ୍ଗଳବାର ଆନ୍ଧ୍ର-ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

1 min read

ଭୁବନେଶ୍ୱର: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବା ଆଶଙ୍କା ରହିଛି । ଏହି ଅବପାତ ରବିବାର ବାତ୍ୟାର ରୂପ ନେଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଆନ୍ଧ୍ର ଓ ଓଡ଼ିଶା ଉପକୂଳ ୧୦ ତାରିଖରେ ଛୁଇଁବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ରାଜ୍ୟରେ ୬ଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳୀ ଘଡ଼ଘଡି ସହ ବର୍ଷା ହେଉଛି। ଖୋର୍ଦ୍ଧାରେ ୮୬ ମିଲିମିଟର, ଭୁବନେଶ୍ବର ଏୟାରପୋର୍ଟ ଅଞ୍ଚଳରେ ୩୬ ମିଲିମିଟର, ଜଗତସିଂପୁରରେ ୫୫ ମିଲିମିଟର, କେନ୍ଦ୍ରାପଡ଼ାରେ ୫୪ ମିଲିମିଟର ଓ ନୟାଗଡ଼ରେ ୮୪ ମିଲିମିଟର ବର୍ଷା ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବଢ଼ିବ ବର୍ଷାର ପରିମାଣ । ଏହି ସମୟରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ।