spot_img

Latest Posts

୯ ତାରିଖରେ ବାତ୍ୟା ସମ୍ଭାବନା, ବୋହିପାରେ ୪୦ରୁ ୫୦ କିମି. ବେଗରେ ପବନ

ଭୁବନେଶ୍ୱର: ୯ତାରିଖରେ ବାତ୍ୟା ସମ୍ଭାବନା। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୬ତାରିଖରେ ଘୂର୍ଣ୍ଣିବଳୟ ହେବ। ୭ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୮ତାରିଖରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ।

ଏହାପରେ ଅବପାତ ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ୯ତାରିଖ ବେଳକୁ ବାତ୍ୟା ରୂପ ନେଇପାରେ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ ବୋଲି ପାଣିପାଗ ବିଭାଗ କହିଛି। ୭ତାରିଖ ପରଠୁ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୭ତାରିଖ ପରଠୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଡକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Latest Posts

Don't Miss