ବାତ୍ୟାର ପ୍ରକୋପ ଯୋଗୁଁ ପହଞ୍ଚିପାରିଲେନି ଡାକ୍ତରଖାନା, ଅଗ୍ନୀଶମ ଗାଡ଼ିରେ ହେଲା ପ୍ରସବ

ମହାକାଳୁଡ଼ା: ରାଜ୍ୟରେ ବାତ୍ୟା ଅମ୍ଫାନର ପ୍ରକୋପ ଜାରି ରହିଥିବାବେଳେ ଅଗ୍ନିଶମ ବାହିନୀ ଗାଡ଼ିରେ ଜଣେ ଗର୍ଭବତୀ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି ।

ବାତ୍ୟା ବେଳେ ଜହଁରା ଗାଁର ହାତିମ୍‌ ସେଠୀଙ୍କ ପତ୍ନୀ ଜାନକୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କୁ ମେଡିକାଲ ନେବା ସମ୍ଭବ ହୋଇ ନଥିଲା । ପବନ ଓ ବର୍ଷା ସାଙ୍ଗକୁ ଗଛ ପଡ଼ି ଅବରୋଧ ହୋଇଯାଇଥିଲା ରାସ୍ତା ।

ଖବର ପାଇ ରାସ୍ତାରୁ ଗଛ ସଫା କରି ମହାକାଳପଡ଼ା ଅଗ୍ନିଶମ କର୍ମଚାରୀ ଜହଁରା ଗାଁରେ ପହଞ୍ଚିଥିଲେ । କିନ୍ତୁ ଜାନକୀଙ୍କୁ ମେଡିକାଲ ନେବା ସମ୍ଭବ ହୋଇ ନଥିଲା । ଅଗ୍ନିଶମ ବାହିନୀର ଗାଡ଼ିରେ ହିଁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପରେ ମା’ ଓ ଶିଶୁକୁ ମହାକାଳପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

Leave a Reply