ଅମ୍ଫାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମହାମାରୀର ସଙ୍କଟ ଚାଲିଛି, କିନ୍ତୁ ଏହି ସମୟ ମଧ୍ୟରେ ଆଉ ଏକ ସଙ୍କଟ ଆସି ଛିଡ଼ା ହୋଇଛି । ବଙ୍ଗୋପସାଗରରୁ ଆସୁଥିବା ମହାବାତ୍ୟା ଆମ୍ଫାନ୍ ଦ୍ରୁତ ଗତିରେ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳ ଆଡକୁ ଗତି କରୁଛି । ଏହି ସମୟରେ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଏକ ବଡ ବୈଠକ ଡାକିଥିଲେ ଯେଉଁଥିରେ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରଣାଳୟର ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀଙ୍କ ସହ ଆମ୍ଫାନ ବାତ୍ୟା ସମ୍ପର୍କରେ ଏକ ବୈଠକ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଏହି ବାତ୍ୟାର ପ୍ରଭାବ କଣ ରହିବ, ସେ ବିଷୟରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ କଣ କରାଯିବା ଉଚିତ ଏବଂ ଏଥିପାଇଁ ପ୍ରସ୍ତୁତି କ’ଣ ସେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ NDRF ର ପ୍ରସ୍ତୁତି ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ଏହି ବୈଠକରେ NDRF ର ଡିଜି ଆମ୍ଫାନର ମୁକାବିଲା ପାଇଁ  ଯୋଜନା ବିଷୟରେ ସୂଚନା ଦେଇଥିଲେ । ଡିଜି କହିଛନ୍ତି ଯେ ବାତ୍ୟା ଅଞ୍ଚଳରେ ୨୫ ଟି NDRF ଟିମ୍ ନିୟୋଜିତ ହୋଇଛି ଏବଂ ୧୨ ଟି ଟିମ୍ ରିଜର୍ଭରେ ରଖାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ୨୪ ଟି NDRF ଦଳ ମଧ୍ୟ ଷ୍ଟାଣ୍ଡବାଇରେ ସ୍ଥାନିତ ହୋଇଛନ୍ତି  ।

 

Leave a Reply