ସୁନ୍ଦରବନ ମୁହାଁ ଶତାବ୍ଦୀର ସବୁଠୁ ଭୟଙ୍କର ବାତ୍ୟା, ଏହି ସବୁ ରାଜ୍ୟ ଉପରେ ପଡ଼ିବ ପ୍ରଭାବ

1 min read

ସାଇକ୍ଲୋନ୍ ଆମ୍ଫାନ୍ ଓଡ଼ିଶା ଉପକୂଳରୁ ଏବେ ପଶ୍ଚିମବଙ୍ଗ ଆଡକୁ ଗତି କରୁଛି ।  ରାତି ପ୍ରାୟ ୮ଟା ପାଖାପାଖି  ପଶ୍ଚିବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡ୍ ଫଲ କରିବ ବୋଲି  ଅନୁମାନ କରାଯାଉଛି ।  ଚଳିତ ଶତାବ୍ଦୀର ଏହା ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି । ଏଥିପାଇଁ ଅମ୍ଫାନ ପ୍ରଭାବରେ  ଆସୁଥିବା ସମସ୍ତ ରାଜ୍ୟ ସଜାଗ ଅଛନ୍ତି । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ପ୍ରବ ପବନ ବୋହିବା ସଙ୍ଗେସଙ୍ଗେ ବର୍ଷା ହେବା ଜାରି ରହିଛି ।

୧୫ ମେ’ରେ ବିଶାଖପଟ୍ଟନମଠାରୁ ୯୦୦ କିମି ଦୂରରେ ବଙ୍ଗୋପସାଗରରେ ଦକ୍ଷୀଣରେ ଏହି ବାତ୍ୟାର ଜନ୍ମ ହୋଇଥିଲା । ୧୭ ମେ’ରେ ଏହା ଦୀଘାଠାରୁ ୧୨ ଶହ କିମି ଦୂରରେ ଥିବା ବେଳେ  ସାଇକ୍ଲୋନରେ ପରିଣତ ହୋଇଥିଲା ।   ମେ’ ୧୮ ତାରିଖ ଦିନ ବାତ୍ୟା ଅମ୍ଫାନ ମହାବାତ୍ୟା ରୂପ ନେଇଥିଲା । ୧୮ ମେ’ ଦ୍ୱିପ୍ରହରରେ ସମୁଦ୍ର ଭିତରେ ଏହାର ବେଗ ଘଣ୍ଟାପ୍ରତି ୨୦୦-୨୪୦ କିମି ହେବା ସହ ଏହାର ପ୍ରକୋପ ଚରମସୀମାରେ ପହଞ୍ଚିଥିଲା । ଏହି ସମୟରେ ବାତ୍ୟା ଅମ୍ଫାନ ଏହି ଶତାବ୍ଦୀର ସବୁଠୁ ଭୟଙ୍କର ବାତ୍ୟାର ରୂପ ନେଇଥିଲା ।

 

ବାତ୍ୟାର ରେକର୍ଡ ୧୮୯୦ ମସିହାରୁ ସଂଗ୍ରହ କରାଯାଉଛି । ୧୩୦ ବର୍ଷ ମଧ୍ୟରେ କେବଳ ୪ ଥର (୧୮୯୩, ୧୯୨୬, ୧୯୩୦, ୧୯୭୬) ରେ ୧୦ ଥର ବାତ୍ୟା ଆସିଥିଲା । । ସବୁଛୁ ଅଧିକ ୬୬ଟି ବାତ୍ୟା ୭୦ ଦଶକରେ ଆସିଥିଲା । ୧୯୬୭ ମସିହା ପରେ ସବୁଠୁ ଅଧିକ ୯ ଥର ବାତ୍ୟା ଗତ ବର୍ଷ ଆସିଥିଲା ।

ବାତ୍ୟା ଅମ୍ଫାନର ନାମ ୨୦୦୪ ମସିହାରେ ନାମକରଣ କରାଯାଇଥିଲା । ଭାରତ ମହାସାଗରର ଉତ୍ତରରେ  ଆସିଥିବା ବାତ୍ୟା ପାଇଁ ୬୪ଟି ନାମ ମଧ୍ୟରୁ ୬୩ଟି ନାମର ବ୍ୟବହାର ହୋଇସାରିଛି । କେବଳ ଅମ୍ଫାନର ନାମ ବଳିଥିଲା । ଏହି ନାମର ସମ୍ବଦ୍ଧ ଥାଇଲାଣ୍ଡ ସହିତ ରହିଛି ଏବଂ ଏହାକୁ ଥାଇଲାଣ୍ଡ ଦେଶର ଶବ୍ଦାବଳୀ ବ୍ୟବହାର କରି ଲେଖାଯାଇଛି ।

 

ବୁଧବାର ସକାଳେ ପ୍ରବଳ ପବନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ହୋଇଥିଲା, ଯେଉଁଥିପାଇଁ ଅନେକ ଗଛ ଉପୁଡ଼ିଥିବାର ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସମୁଦ୍ର ନିକଟରେ ଉଚ୍ଚ ତରଙ୍ଗ ଉଠିଥିଲା । ଉପକୂଳବର୍ତ୍ତୀ ଅଞ୍ଚଳଠାରୁ ଦୂରରେ ରହିବାକୁ ସ୍ଥାନୀୟ ପ୍ରଶାସନ କ୍ରମାଗତ ଭାବରେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ।

ଓଡିଶାରେ ବାତ୍ୟା ଆମ୍ଫାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଶ୍ରୟସ୍ଥଳ ମଧ୍ୟ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦୦  ରୁ ଅଧିକ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି ଯେଉଁଥିରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ରଖାଯାଇଛି । ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ NDRF ର ୪୦ରୁ ଅଧିକ ଦଳ ନିୟୋଜିତ ହୋଇଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରୁ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । NDRF ସହିତ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ଜଡିତ ଅଛନ୍ତି । ମଙ୍ଗଳବାର ରାତିରୁ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି।

ଏହି ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ, ଓଡ଼ିଶା, ସିକ୍କିମ୍, ଆସାମ, ମେଘାଳୟ, କେରଳ, କର୍ଣ୍ଣାଟକ, ବିହାରରେ ଦେଖିବାକୁ ମିଳିବ । ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ଆମ୍ଫାନର ପ୍ରଭାବ ମେଦିନିପୁର, ଉତ୍ତର-ଦକ୍ଷିଣ ପରଗନା, କୋଲକାତା, ହାୱଡାରେ ଦେଖିବାକୁ ମିଳିବାର ପୂର୍ବନୁମାନ କରାଯାଇଛି ।

 

 

Leave a Reply