୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ନେଇପାରେ ବାତ୍ୟା ରୂପ

1 min read

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ହେବା ପରେ ଏହା ବାତ୍ୟାର ରୂପ ନେଇପାରେ । ତେବେ ଆସନ୍ତା ମାର୍ଚ୍ଚ ୨୦ରେ ବ୍ୟାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ । ଯଦି ଏହି ଲଘୁଚାପ ବାତ୍ୟା ରୂପ ନିଏ ତେବେ ଏହାର ନାମ ହେବ ‘ଆସାନି’ । ଏହାର ନାମକରଣ ଶ୍ରୀଲଙ୍କା ରଖିଛି । ବାତ୍ୟା ରୂପ ନେବା ପରେ ଏହା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଆଡକୁ ଗତି କରିବ । ଘଣ୍ଟାପ୍ରତି ୮୦ ରୁ ୯୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଓଡ଼ିଶାରୁ ୨୦୦କିମି ଦୂର ଦେଇ ଗତିକରିବ ବାତ୍ୟା ‘ଆସାନି’ । ୨୩ରେ ଏହା  ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ତେବେ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସ୍ପଷ୍ଟ ସୂଚନା ନାହିଁ ।