ବିଜୁ ବାବୁଙ୍କ ଜୟନ୍ତିରେ ଅନୁଷ୍ଠିତ ହେବ ବିଶାଳ ସାଇକେଲ୍ ଶୋଭାଯାତ୍ରା ଓ ରକ୍ତଦାନ ଶିବିର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତି ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ । ଏହା ସହିତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି  ।  ମାର୍ଚ୍ଚ ୫ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ।  ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସାଇକେଲ୍ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି  । ଏଥିରେ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ  । ଶୋଭାଯାତ୍ରାରେ ହଜାରହଜାର ଯୁବକ ଓ ଛାତ୍ର ଯୋଗଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶଓ୍ବାର ପର୍ଯ୍ୟନ୍ତ ୪ ହଜାର ୫୦୦ ମାଇଲ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ  ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ୩୦ଟି ସାଇନ୍ସ ପାର୍କ ଖୋଲାଯିବ’

 

 

Leave a Reply