ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢାଯିବ ସାଇବର ସୁରକ୍ଷା ପାଠ୍ୟକ୍ରମ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢାଯିବ ସାଇବର ସୁରକ୍ଷା ପାଠ୍ୟକ୍ରମ । ଗତବର୍ଷ ଏହାକୁ ଦେଶର ସବୁ ବିଶ୍ବବିଦ୍ୟାଳୟ ଓ କଲେଜରେ ପଢାଇବାକୁ ଖସଡ଼ା ପ୍ରସ୍ତୁତ କରିଥିଲା ୟୁଜିସି । ଚଳିତ ବର୍ଷ ସାଇବର ଜାଗ୍ରତ ଦିବସରେ ସାଇବର ସୁରକ୍ଷା ପାଠ୍ୟକ୍ରମର ସିଲାବସ୍ ପ୍ରସ୍ତୁତ କରାଯାଇଛି । ଏହା ଜରିଆରେ ସାଇବର ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ ଓ ଦାୟିତ୍ବବାନ ଡିଜିଟାଲ ନାଗରିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଇବର ସ୍ବଚ୍ଛତା ଆଣାଯାଇ ପାରିବ । ଏହି ସିଲାବସକୁ ପାଠ୍ୟକ୍ରମରେ ସାମିଲ କରିବା ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତ କୁଳପତି ଓ ଯୁକ୍ତି ତିନି କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ୟୁଜିସି ।