spot_img

Latest Posts

ମାତିଲେ ସାଇବର ଠକ, ସଫ୍ଟୱେର ଅପଡେଟ ନାଁରେ ଲୁଟିନେଲେ ୧ଲକ୍ଷ ୭୯ ହଜାର ଟଙ୍କା

କଳାହାଣ୍ଡି: ପୋଲିସ ଯେତେ ଚାଲାଖ ହେଉଛି ଚୋର ସେତେ ସିଆଣିଆ ହେଉଛି। ସାଇବର ଠକଙ୍କୁ ଧରିବା ପାଇଁ ରାଜ୍ୟରେ ସାଇବର ସେଲ କରାଯାଇଛି। ହେଲେ କଳାହାଣ୍ଡିରେ ସାଇବର ଠକେଇ ପୁଣି ମାତିବାରେ ଲାଗିଛନ୍ତି। ସଫ୍ଟୱେର ଅପଡେଟ ନାଁରେ ୧ଲକ୍ଷ ୭୯ ହଜାର ଲୁଟିନେଲେ ସାଇବର ଲୁଟେରା। ଲୁଟର ଶୀକାର ହୋଇଛନ୍ତି କେସିଙ୍ଗାର ବ୍ୟବସାୟୀ ନାରାୟଣ ଅଗ୍ରଓ୍ୱାଲ। ନାରାୟଣ ନିଜର ଟେଲି ସଫ୍ଟୱେର ଅପଡେଟ ସହିତ ମଲ୍ଟିପଲ କରୁଥିବାବେଳେ କଷ୍ଟମର କେୟାରର ସହାୟତା ନେଇଥିଲେ।

ଏହି ସମୟରେ  ପ୍ରଥମେ ୯୯ ହଜାର ଓ ପରେ ୨୦ ହଜାର ଲେଖାଏଁ ୪ ଥର ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲା। ତାଙ୍କ ମୋବାଇଲକୁ ଟଙ୍କା କଟିବାର ମେସେଜ ମଧ୍ୟ ଆସି ନଥିଲା। ଫଳରେ ଟଙ୍କା ଲୁଟ୍ ହେଉଥିବା ନାରାୟଣ ଜାଣିପାରୁନଥିଲେ। ପରେ ମେସେଜ ଆସିବାରୁ ତତକ୍ଷଣାତ୍ ବ୍ୟାଙ୍କକୁ ଯାଇ ଆକାଉଣ୍ଟକୁ ବ୍ଳକ କରିଥିଲେ। ମାତ୍ର ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୭୯ ହଜାର ଟଙ୍କା ଲୁଟ୍ ହୋଇସାରିଥିଲା। ଏନେଇ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ସହିତ ବ୍ରହ୍ମପୁର ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି।

ଅଭିଯୋଗପରେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ତେବେ କିଛିଦିନ ପୂର୍ବେ ଭବାନୀପାଟଣା ଶର୍ମା କଲୋନିର ଏକ ଦମ୍ପତ୍ତିଙ୍କ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇଥିଲେ ସାଇବର ଲୁଟେରା। ଅଭିଯୋଗପରେ  ୫ ଜଣ ସାଇବର ଠକକୁ ଉତ୍ତର ପ୍ରଦେଶରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍।

Latest Posts

Don't Miss