ନୂଆ ଉପାୟରେ ଲୁଟୁଛନ୍ତି ସାଇବର ଠକ, ଢାଲ ସାଜିଛନ୍ତି ସୁନ୍ଦରୀ ଯୁବତୀ

ଭୁବନେଶ୍ୱର:  ରାଜଧାନୀରେ ସାଇବର ଠକଙ୍କ ବଦଳୁଛି ଠକେଇର ଉପାୟ । ସେକ୍ସଟରସନ ଜରିଆରେ ଟଙ୍କା ଲୁଟ୍ କରୁଛନ୍ତି ଠକ । ସୁନ୍ଦରୀ ଯୁବତୀଙ୍କୁ ଢ଼ାଲ କରି ବ୍ଲାକ ମେଲିଂ କରି ଆଖି ପିଛୁଳାକେ ଲୁଟୁଛନ୍ତି ଲକ୍ଷଲକ୍ଷ ଟଙ୍କା । ଗତ କିଛି ଦିନ ହେବ ଏପରି ଅଭିଯୋଗ ବାରମ୍ବାର ଆସିବା ପରେ ଲୋକଙ୍କୁ ସଚେତନ କରିଛି କମିସନରେଟ୍ ପୋଲିସ । ଅଜଣା ଯୁବତୀଙ୍କ ସହ ବନ୍ଧୁ ନବାନ୍ଧିବା ପାଇଁ ଲୋକଙ୍କୁ ଅବଗତ କରିଛି ପୋଲିସ ।  ସେକ୍ସଟରସନ ହେଉଛି,  ପ୍ରଥମେ ଫେସବୁକ୍ ପରି ସୋସିଆଲ ମିଡ଼ିଆରେ ଯୁବତୀ ମାନେ ଆପଣଙ୍କ ସହ ବନ୍ଧୁ ବାନ୍ଧିବେ । ପରେ ସମ୍ପର୍କ ନିବିଡ଼ କରିବେ । ହ୍ୱାଟ୍ସଆପ ନମ୍ବର ଦିଆନିଆ ବି ହେବ ।

ପରେ ଭିଡିଓ କଲ୍ କରି ଆପଣଙ୍କୁ ଅଶ୍ଳୀତ ଇଙ୍ଗିତ ଦେବେ । ଆପଣ ଯଦି ତାଙ୍କ କଥାରେ ଢ଼ଳିଯିବେ । ତେବେ ଆପଣଙ୍କ ସହ ସବୁ କାର୍ଯ୍ୟକଳାପକୁ ରେକର୍ଡିଂ କରିବା ପରେ ଆପଣଙ୍କ ସହ ବ୍ଲାକ୍ ମେଲିଂ ଆରମ୍ଭ କରିବେ । ଗତ କିଛି ଦିନ ହେବ ଡିସିପିଙ୍କ ଅଫିସରେ ଥିବା ସାଇବର ଡେକ୍ସକୁ ଏପରି ଅଭିଯୋଗ ଆସୁଥିବାରୁ ଲୋକଙ୍କୁ ସଚେତନ କରିଛନ୍ତି ଭୁବନେଶ୍ବର ଡିସିପି । ରାଜଧାନୀରେ ଏବେ ୪ଟି ଉପାୟରେ ଲୋକଙ୍କୁ ଠକୁଛନ୍ତି ସୋସିଆଲ ଅପରାଧୀ । ଟାଓ୍ୱାର ବସାଇବା ନାଁରେ ବି ହୋଇଛି ଅନେକ ଠେକଇ । ସେହିଭଳି ସିମକାର୍ଡ ଏକ୍ସପାରୀ ହୋଇଯିବ କହି ଗଲା ୪ ମାସରେ ୧୨ଶହ ଲୋକଙ୍କୁ ଠକିଛନ୍ତି ସାଇବର ଲୁଟେରା ।

ସେହିପରି ଡେବିଡ଼ ଆଉ କ୍ରେଡିଟ କାର୍ଡ଼ ଜରିଆରେ ବରିଷ୍ଠ ଲୋକଙ୍କୁ ମଧ୍ୟ ସାଇବର ଠକ ଠକେଇ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଲାଟେରୀ ଲାଗିଛି କହି ଲିଙ୍କ ପଠାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଠକ । ସାଇବର ଲୁଟ୍‌ ବଢ଼ୁଥିବାରୁ ଜାନୁଆରୀ ମାସରେ ଭୁବନେଶ୍ବର ୟୁପିଡ଼ି ପକ୍ଷରୁ ଗଠନ ହୋଇଥିଲା ସାଇବର ଡେକ୍ସ । ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ଠକେଇର ଶିକାର ହୋଇଛନ୍ତି ୧୭୦୫ଜଣ ରାଜଧାନୀ ବାସିନ୍ଦା । ଯେଉଁଥିରେ ଲୁଟି ନେଇଛନ୍ତି ୪କୋଟି ୧୬ଲଧରୁ ଅଧିକ ଟଙ୍କା । ତେଣୁ ଏଭଳି ଫୋନ୍ କଲକୁ ଅଧିକ ଗୁରୁତ୍ବ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି ଓ ସାଇବର ଏକ୍ସପର୍ଟ ।

Leave a Reply