କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସାଇବର ଠକର ଟାର୍ଗେଟ୍

ଭୁବନେଶ୍ୱର:  ଓକାକର ସିଇଓଙ୍କ ପରେ ଏବେ କ୍ରାଇମବ୍ରାଞ୍ଚ ଏଡିଜିକୁ ଟଙ୍କା ମାଗୁଛି ସାଇବର ଠକ । ଅସୁସ୍ଥ ଆଳରେ ମ୍ୟାସେଜ୍ ପଠାଇ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ୯୮ ହଜାର ଟଙ୍କା ମାଗିଛି ନାଇଜେରିଆର ମାଷ୍ଟର ମାଇଣ୍ଡ । ଟଙ୍କା ମାଗିବା ପରେ ଦୁଇ ଅକାଉଣ୍ଟକୁକୁ ବ୍ଲକ କରିଛି କ୍ରାଇମବ୍ରାଞ୍ଚ । ଗୋଟିଏ ଅକାଉଣ୍ଟ ଗୁଜୁରାଟର ହୋଇଥିବାବେଳେ ଅନ୍ୟଟି ତ୍ରିପୁରାର ବୋଲି ଜଣାପଡିଛି ।

ସମ୍ପୃକ୍ତ ଠକର ମୋବାଇଲ ନମ୍ବର, ମେଲ ଆଇଡ଼ି, ଟଙ୍କା କାରବାର ଓ ଏଟିଏମର ଟଙ୍କା ଉଠାଣର ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏବେ ବି ବାଙ୍ଗାଲୋରେ ବୁଲୁଛି ନାଇଜେରିଆର ମାଷ୍ଟର ମାଇଣ୍ଡ । ଓକାକ ସିଇଓଙ୍କ ଅକାଉଣ୍ଟ ହ୍ୟାକ କରିଥିବା ସମୟରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନମ୍ବର୍ ପାଇଥିବା ସନ୍ଦେହ କରାଯାଉଛି । ଯେଉଁଥିପାଇଁ ଏହି ନମ୍ବରକୁ ଟାର୍ଗେଟ କରିଛି ସାଇବର ଫ୍ରଡ଼  ।

ତେବେ ବିଶିଷ୍ଟ ବ୍ୟକ୍ତି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଲୁଟ ପାଇଁ ସାଇବର ଠାକ ଉଦ୍ୟମ କରୁଥିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ସୋସିଆଲ ମିଡିଆ ଜରିଆରେ ସାଇବର ଠାକଙ୍କ ଏପରି ଉଦ୍ୟମରେ ଲକ୍ଷାଧିକ ଟଙ୍କା ହରାଇଛନ୍ତି ଓକାକ୍ ସିଇଓ  । ଏହାପରେ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ଟଙ୍କା ମାଗିବା ସାଧାରଣରେ ଚର୍ଚ୍ଚା ସୃଷ୍ଚି କରିଛି  ।

Leave a Reply