ସରକାରୀ ମେଡିକାଲ କଲେଜରେ ଆଡମିଶନ ନାଁ ରେ ୧୬ ଲକ୍ଷ ଟଙ୍କାର ସାଇବର ଠକେଇ, ୩ ଗିରଫ

1 min read

ବଲାଙ୍ଗୀର : ସରକାରୀ ମେଡିକାଲ କଲେଜରେ ଆଡ଼ମିଶନ ନାଁ ରେ ୧୬ ଲକ୍ଷ୍ୟ ଟଙ୍କାର ସାଇବର ଠକେଇ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ। ବର୍ତ୍ତମାନ ବି ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ। ଅଭିଯୁକ୍ତ ମାନେ ଭୁବନେଶ୍ୱର ବରମୁଣ୍ଡା ରୁଚିକା ମାର୍କେଟରେ କଳିଙ୍ଗ ଏକାଡେମୀ ନା ଏକ ଘରୋଇ ଅନୁଷ୍ଠାନ ଖୋଲିଥିଲେ। NEET ରେ କମ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରୁଥିଲେ। ଏହାପରେ ବଲାଙ୍ଗୀର, ବାରିପଦା ଓ କୋରାପୁଟ ସରକାରୀ ମେଡିକାଲ୍ କଲେଜ ରେ ଆଡ଼ମିଶନ ପ୍ରତିଶ୍ରୁତି ଦେଉଥିଲେ। ପ୍ରତିବଦଳରେ ଦାବି କରୁଥିଲେ ୨୭ ରୁ ୩୦ ଲକ୍ଷ୍ୟ ଟଙ୍କା। ଗାଙ୍ଗର ସଦସ୍ୟ ମାନେ ମିଛ ଓଜେଇଇ ଅଧିକାରୀ ହୋଇ ବି ଆଶାୟୀଙ୍କ ଅଭିଭାବକଙ୍କୁ ଭେଟିଥିଲେ। ଫେକ୍ ମେଲେଇ ସରକାରୀ ମେଡିକାଲ କଲେଜରେ ଆଡ଼ମିଶନ ନେଇ କନଫର୍ମେସନ ଲେଟର ଦେଉଥିଲେ। ପରେ ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ଅଭିଯୁକ୍ତଙ୍କ ଆକାଉଣ୍ଟ କି ଟଙ୍କା ପଠାଉଥିଲେ। ତୁରନ୍ତ ଅଭିଯୁକ୍ତମାନେ ICICI ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିଲେ। 6 lakh cyber crime complaints registered on government portal since 2019,  says MoS Home Ajay Mishra

ହେଲେ ସରକାରୀ ମେଡିକାଲ୍ କଲେଜ ରେ ପହଞ୍ଚିବା ପରେ ଜଣାପଡୁଥିଲା ଆଡ଼ମିଶନ confirmation ଲେଟର ମିଛ। ଏହାପରେ ମାମଲା ରୁଜୁ ହୋଇଥିଲା। ଆଉ ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଭୁବନେଶ୍ଵରର କଳିଙ୍ଗ ଏକାଡେମୀ କୁ ସିଲ୍ କରିଛି। ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ତୁ ୧ ଲକ୍ଷ ୯୦ ହଜାର ଟଙ୍କା , ୫ଟି ଫୋନ, ୧୦ ଟି ଏଟିଏମ୍ ଓ କ୍ରେଡିଟ କାର୍ଡ ଜବତ କରାଯିବ ସହ ଆସିୟୀ ପ୍ରାର୍ଥୀଙ୍କ Certificate ଜବତ କରିଛି ପୋଲିସ। ଅଭିଯୁକ୍ତ ମାନେ ହେଲେ ନୟାଗଡ଼ର ବ୍ୟାସଦେବ ମହାନ୍ତି, ଫୁଲବାଣୀର ଅବିନାଶ ଓ ଭୁବନେଶ୍ବର ଝାରପଡା କେନାଲ ରୋଡର  ମାନସ ପରିଡ଼ାl