କମିଶନରେଟ୍ ପୋଲିସର ସାଇବର ହେଲ୍‌ପ ଡେସ୍କକୁ ସଫଳତା

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସାଇବର ହେଲ୍‌ପ ଡେସ୍କକୁ ପ୍ରଥମ ସଫଳତା । ଟ୍ୱିନସିଟି କଟକ ଭୁବନେଶ୍ୱରରେ ସାଇବର ଠକଙ୍କୁ ଧରିବାରେ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ପୂର୍ବରୁ ଏମିତି ଠକାମିର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ଫେରି ପାଇଛନ୍ତି ତାଙ୍କ ଟଙ୍କା  । ସାଇବର ଠକଙ୍କଠାରୁ ୯ ହଜାର ଟଙ୍କା ଫେରାଇ ଆଣିଛି ପୋଲିସ ।

ସୂଚନା ଅନୁସାରେ, ଗତ ୯ ତାରିଖରେ ବ୍ୟକ୍ତି ଜଣକ ୫୩ ହଜାର ଟଙ୍କା ଲୁଟ୍‌ର ଶିକାର ହୋଇଥିଲେ । ଠକେଇର ଗୋଲଡେନ୍‌ ପିରିୟଡ୍‌ ଭିତରେ ସାଇବର ସେଲ୍‌କୁ କଲ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି  । ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ । ଭୁବନେଶ୍ୱରର ସହିଦନଗର ଅଞ୍ଚଳରୁ ଠକେଇ ହୋଇଥିଲା  । ସାଇବର୍‌ ସେଲ୍‌ ହେଲ୍ପ ଡେସ୍କ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି  । ତେବେ ତତକ୍ଷଣାତ୍ ବ୍ୟକ୍ତିଙ୍କ ଏଭଳି ପଦକ୍ଷପ ପାଇଁ ତାଙ୍କ ଟଙ୍କା ଫେରାଇ ଆଣିବାରେ ସଫଳତା ମିଳି ପାରିଛି ।

ତେବେ ସାଇବର ହେଲ୍‌ପ ଡେସ୍କକୁ ଯେଉଁ ନମ୍ବର ଦିଆଯାଇଥିଲା ସେଥିରେ ଏମିତି ଠକାମୀର ଶିକାର ହୋଇଥିବା ପ୍ରାୟ ୪୦୦ଟି କଲ ଆସିଛି । ସେଥି ମଧ୍ୟରୁ ପାଖାପାଖି ୧୦୦ଟି କଲ ଭୁବନେଶ୍ୱରରୁ ବୋଲି ଜଣାପଡ଼ିଛି । ତେବେ ଏସବୁ ମଧ୍ୟରେ ବି କମିନି ସାଇବର ଠକମାନଙ୍କ ଠକାମୀ । ସୋମବାର ଦିନ ମଧ୍ୟ ପାଖାପାଖି  ଦେଢ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ନାଗରିକ ।

Leave a Reply